ସଂସଦରେ ହଟ୍ଟଗୋଳ ମଧ୍ୟରେ ଭାରତ ଫେରିଲେ ରାହୁଲ ଗାନ୍ଧୀ: ଆଉ କିଛି ସମୟ ପରେ କରିବେ ଖବରଦାତା ସମ୍ମିଳନୀ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ବିବୃତ୍ତିକୁ ନେଇ ଏବେ ସଂସଦରେ ଝଡ଼ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତରୁ ଭାରତ ଫେରିଛନ୍ତି। ଗୁରୁବାର ସେ ସଂସଦରେ ପହଛନ୍ତି। ଆଉ କିଛି ସମୟ ପରେ ସେ ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ରହିଛି। ସୂଚନା ମୁତାବକ, ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ସଂସଦର ଉଭୟ ଗୃହରେ ସରକାର କଂଗ୍ରେସ ବିରୋଧରେ ହଟ୍ଟଗୋଳ କରୁଛନ୍ତି। ରାହୁଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଭାଜପା ଦାବି କରିଛି। ଅନ୍ୟପଟେ କଂଗ୍ରେସ ସ୍ପଷ୍ଟ କରିଛି ଯେ, ରାହୁଲଙ୍କ ବିବୃତ୍ତିରେ କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁନାହିଁ।