କେଦାରନାଥ ଦର୍ଶନ କଲେ ରାହୁଲ ଗାନ୍ଧୀ: ମନ୍ଦିର ପ୍ରାଙ୍ଗଣରେ ଲାଗିଲା ମୋଦି-ଜୟ ଶ୍ରୀରାମ ନାରା

ଡେରାଡୁନ,୫।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ କରିଛନ୍ତି। ରାହୁଲ ଭିଆପତ ହେଲିପ୍ୟାଡ୍‌ ନ ପହଞ୍ଚି ସାଧାରଣ ଯାତ୍ରୀଙ୍କ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ ପାଖାପାଖି ଅଧ କିଲୋମିଟର ପାଦରେ ଚାଲି ଚାଲି ମନ୍ଦିର ନିକଟରେ ପହଞ୍ଚିଥିଲେ। ମନ୍ଦିର ବାହାରୁ ସେ ଦର୍ଶନ କରିବା ସହ ପରିକ୍ରମା କରିଥିଲେ। ମନ୍ଦିରରେ ଘଣ୍ଟି ବଜାଇବା ସହକିଛି ପୁରୋହିତଙ୍କୁ ଭେଟିଥିଲେ। ଏହାପରେ ସେ ସିଧା ହୋଟେଲ ଆସିଥିଲେ। ରାହୁଲ ଏଠାରେ ୨ ଦିନ ବିତାଇବେ। ସେ ମଙ୍ଗଳବାର ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

Share
Tags: Rahul gandhi