ଭଉଣୀ ପ୍ରିୟଙ୍କା, ତିନି ମୁଖ୍ୟମନ୍ତ୍ରୀଙ୍କ ସହ ସୁରଟ କୋର୍ଟ ପହଞ୍ଚିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରାଧିକ ମାନହାନି ମାମଲାରେ ୨ ବର୍ଷର ସଜାକୁ ନେଇ ଏହାର ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତଳ କୋର୍ଟଙ୍କ ରାୟ ବିରୋଧରେ ସୋମବାର ରାହୁଲ ଗାନ୍ଧୀ ଅପିଲ କରିବାକୁ ଯାଉଛନ୍ତି। ସଜା ଉପରେ ରୋକ ଲାଗାଇବାକୁ ରାହୁଲ ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ଲିଗାଲ ଟିମ ମଜଭୁତ ଭାବେ ତର୍କ ରଖିବେ ଓ ରାହୁଲଙ୍କୁ ସମର୍ଥନ ଦେବାକୁ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ୨୦୧୯ରେ ମୋଦି ସରନେମ ଉପରେ ବୟାନ ଦେଇ ଫସିଯାଇଥିବା ରାହୁଲଙ୍କୁ ସୁରଟର ଏକ କୋର୍ଟ ୨୩ ମାର୍ଚ୍ଚରେ ୨ ବର୍ଷର ସଜା ଶୁଣାଇଛନ୍ତି। ହେଲେ କୋର୍ଟ ଜାମିନ ଦେଇ ସଜାକୁ ୩୦ ଦିନ ପାଇଁ ସ୍ଥଗିତ କରିଛନ୍ତି। ତେଣୁ ୩୦ ଦିନ ମଧ୍ୟରେ ରାହୁଲଙ୍କୁ ଯଦି ଉପର କୋର୍ଟରୁ ଆଶ୍ୱସ୍ତି ନ ମିଳିଲା ତେବେ ସେ ଜେଲ ଯିବା ନିଶ୍ଚିତ ହାଇଯିବ। ତେଣୁ ସୋମବାର ଯେତେବେଳେ ରାହୁଲଙ୍କ ପୁରା ଲିଗାଲ ଟିମ କୋର୍ଟରେ ପହଞ୍ଚିବେ ସେତେବେଳେ ଏମାନେ ପୂରା ଚେଷ୍ଟା କରିବେ ସଜା ଉପରେ ରୋକ ଲଗାଯାଉ ଓ ଜାମିନ ମିଳିଯାଉ।
ହେଲେ ଏସବୁ କୋର୍ଟ ଉପରେ ନିର୍ଭର କରେ ଯେ ସେ ରାୁଲଙ୍କୁ ଜାମିନ ପ୍ରଦାନ କରିବେ ନା ଜେଲ ପଠାଇଦେବେ।
ଉଭୟ ସ୍ଥିତି ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି। ରାହୁଲ କୋର୍ଟ ଯିବା ସମୟରେ ସେଠାରେ କଂଗ୍ରେସର ସ୍ଥାନିୟ ନେତାଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରିୟ ସ୍ତରର ନେତା ବି ଉପସ୍ଥିତ ରହିବେ।