New Delhi: Union MoS Youth Affairs and Sports (Independent Charge) and Minority Affairs, Kiren Rijiju addresses at the meeting of the National Sports Federations (NSFs) to discuss National Sports code and other issues, in New Delhi on Oct 11, 2019. (Photo: IANS/PIB)
ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଆଜି ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଜଣେ ଅନୁଶାସନହୀନ ନେତା। ତାଙ୍କ ବିଷୟରେ କିଛି କୁହାଯାଇପାରିବ ନାହିଁ ବୋଲି ରିଜିଜୁ କହିଛନ୍ତି। ସେହିପରି ଚାଇନାର ଅନୁପ୍ରବେଶକୁ ନେଇ ସଂସଦରେ ବିତର୍କ କରିବାକୁ ନେଇ ଜିଦ ଧରିଥିବା କଂଗ୍ରେସ ସମ୍ପର୍କରେ ସେ କହିଛନ୍ତି, କଂଗ୍ରେସର ନେତା ପ୍ରଣବ ମୁଖାର୍ଜୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦ୍ୱାରା ୨୦୦୫ରେ ଭାଜପାକୁ ଦିଆଯାଇଥିବା ପରାମର୍ଶକୁ ମନେ ରଖିବା ଉଚିତ୍।
କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଭାରତ ଯୋଡୋ ଯାତ୍ରା ସ୍ଥଗିତ ରଖିବାକୁ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅନୁରୋଧ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ରିଜିଜୁଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ରିଜିଜୁ କହିଛନ୍ତି, ମୁଁ ରାହୁଲଙ୍କ ଉପରେ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ସେ ଅନୁଶାସନହୀନ ଏବଂ ତାଙ୍କ ବିଷୟରେ କିଛି ପୂର୍ବାନୁମାନ କରିବା କଷ୍ଟକର। ସେ କିଛି ବି କହିପାରିବେ ଏବଂ ଯେକୌଣସି ଶବ୍ଦ ବ୍ୟବହାର କରିପାରିବେ।
ସଂସଦରେ ଚାଇନା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କଂଗ୍ରେସର ଦାବି ସମ୍ପର୍କରେ ରିଜିଜୁ କହିଛନ୍ତି, ୨୦୦୫ରେ ଯେତେବେଳେ ଆମେ(ଭାଜପା) ବିରୋଧୀ ଦଳରେ ଥିଲୁ, ସେତେବେଳେ ଆମେ ଚାଇନା ସୀମା ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲୁ। ମନମୋହନ ସିଂ ଆମକୁ ପରାମର୍ଶ ଦେଇ କହିଥିଲେ ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସଂସଦରେ ଆଲୋଚନା ହେବା ପରିବର୍ତ୍ତେ ଆଭ୍ୟନ୍ତରୀଣ ଭାବେ କାର୍ଯ୍ୟ କରାବା ଆବଶ୍ୟକ। ଏହା ପରେ ଭାଜପା ସଂସଦରେ ଏହି ପ୍ରସଙ୍ଗ ଉଠାଇ ନ ଥିଲା।