Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ‘ପନୋତି’ କହି ଫସିଲେ ରାହୁଲ ଗାନ୍ଧୀ, ନୋଟିସ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭାରି ପଡିଛି। ଭାଜପା ଦାଖଲ କରିଥିବା ଅଭିଯୋଗରେ ସ୍ପଷ୍ଟୀକରଣ ଦେବାକୁ କହି ନିର୍ବାଚନ କମିଶନ ରାହୁଲଙ୍କୁ ଗୁରୁବାର ଏକ ନୋଟିସ ପଠାଇଛନ୍ତି। ଏବଂ ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ରଖିବାକୁ ଏଥିରେ କୁହାଯାଇଛି।

ବିଜେପି ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ରାହୁଲ ଶନିବାର ଦିନ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ତାଙ୍କ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବହୁ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଏହିପରି ଭାଷାର ବ୍ୟବହାର ଜଣେ ବରିଷ୍ଠ ନେତାଙ୍କ “ଅସମ୍ମାନ” ଅଟେ।

ତେବେ ନିର୍ବାଚନ ଆୟୋଗ ତାଙ୍କର ନୋଟିସରେ ଦର୍ଶାଇଛନ୍ତି ଯେ ମଡେଲ ଆଚରଣ ବିଧି ନେତାମାନଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ଅନୁମତି ଦେଇ ନାହିଁ।

ସୂଚନାଯୋଗ୍ୟ କଂଗ୍ରେସ ଏମପି ରାହୁଲ ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପନୋତି’ କହିଥିଲେ। ପରେ ଯାହାକୁ ନେଇ ଭାଜପା ନେଟ୍ୱାମେଂ ରାହୁଲଙ୍କୁ ଟାର୍ଗେଟ କରିଥିଲେ।

Share
Tags: Rahul gandhi