ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଏଜବାଷ୍ଟନ ଟେଷ୍ଟର ପ୍ରଥମ ଦିନରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ଉଇକେଟ ହରାଇଥିଲା। ଏଣୁ ଦଳ ଖୁବ୍ କମ୍ ସ୍କୋର କରିବ ବୋଲି ଆଶା କରାଯାଇଥିଲା। ହେଲେ ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ମ୍ୟାଚ୍ର ସ୍ଥିତିକୁ ବଦଳାଇଦେଇଥିଲେ। ଉଭୟଙ୍କ ଦ୍ୱିଶତକୀୟ ଭାଗୀଦାରି ଦଳର ସ୍ଥିତିକୁ ମଜଭୂତ କରିଥିଲା।
ପ୍ରଥମେ ପନ୍ତ ବିସ୍ଫୋରକ ଶତକ ହାସଲ କରିଥିଲେ। ଏହାକୁ ଦେଖି କୋଚ୍ ରାହୁଲ ଦ୍ରାବିଡ୍ଙ୍କଠାରୁ ଆରମ୍ଭ କରି ସାଥୀ ଖେଳାଳି ଖୁସିରେ ନାଚି ଉଠିଥିଲେ। ପ୍ରଥମ ଥର ପାଇଁ ଦ୍ରାବିଡ୍ଙ୍କ ଏଭଳି ରୂପ ଦେଖି ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି। କୋଚ୍ ଭାବେ ଏହା ତାଙ୍କର ଉପଲବ୍ଧି ବୋଲି ଅନେକ କହୁଛନ୍ତି। ଏନେଇ ସୋସିଆଲ ମିଡିଆରେ ଅନେକ ମେମେ ଭାଇରାଲ ହେଉଛି।