Categories: Home Leftଖେଳ

ଡ୍ରାଭିଡ ଖେଳୁଛନ୍ତି ପୁଅଙ୍କ ସହ

ବେଙ୍ଗାଲୁରୁ,୨୨ା୨: ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍‌ ରାହୁଲ ଡ୍ରାଭିଡ ଶନିବାର ତାଙ୍କ ପୁଅ ଅନଭୟଙ୍କ ସହିତ ବିଜୟା କ୍ରିକେଟ କ୍ଲବ (ମାଲୁର) ପାଇଁ ତୃତୀୟସ୍ତରର ଟୁର୍ନାମେଣ୍ଟ ନାସୁର ମେମୋରିଆଲ ଶିଲ୍ଡର ଏକ ମ୍ୟାଚରେ ଖେଳିବାକୁ ଓହ୍ଲାଇଥିଲେ।

ୟଙ୍ଗ୍‌ ଲାୟନ୍ସ କ୍ଲବ ବିପକ୍ଷ ମ୍ୟାଚରେ ଡ୍ରାଭିଡ ସିନିୟର ନଂ-୬ ପୋଜିଶନରେ ଆସି ୮ ବଲରେ ଏକ ଚୌକା ସହ ୧୦ ରନ କରିଥିଲେ। ତାଙ୍କ ପୁଅ ଅନଭୟ ୬୦ ବଲରେ ୮ ଚୌକା ସହିତ ୫୮ ରନ୍‌ କରିଥିଲେ। ଏହି ମ୍ୟାଚରେ ବିଜୟା କ୍ଲବ ୭ ଉଇକେଟ ହରାଇ ୩୪୫ ରନ କରିଥିଲା। ଦଳ ପାଇଁ ସ୍ବପ୍ନିଲ ୫୦ ବଲରେ ୧୨ ଚୌକା ଓ ୪ ଛକା ସହିତ ସର୍ବାଧିକ ୧୦୭ ରନ୍‌ କରିଥିଲେ।

ଏଥିପୂର୍ବରୁ ଡବ୍ଲ୍ୟୁଜି ଗ୍ରେସ୍‌-ଗ୍ରେସ୍‌ ଜୁନିୟର, ଲାଲା-ସୁରିନ୍ଦର ଅମରନାଥ, ଡେନିସ-ଆଡାମ ଲିଲି, ଡେନିସ-ହିଥ ଷ୍ଟ୍ରେକ, ଶିବନାରିନ-ତାଗନାରିନ ଚନ୍ଦ୍ରପଲ, ଇଆନ-ଲିଆମ ବୋଥାମଙ୍କ ଭଳି ଅନେକ ବାପପୁଅ ଯୋଡ଼ି କ୍ରିକେଟରେ ଏକାଠି ଏକ ମ୍ୟାଚ ଖେଳିଛନ୍ତି।

Share