Categories: Home Leftଖେଳ

ସୁର୍ଯ୍ୟକୁମାରଙ୍କ ଉପରେ ଅଛି ଟିମ ଇଣ୍ଡିଆର ପୂରା ଭରସା, ପ୍ରଥମ ୨ଟି ଦିନିକିଆରେ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୧।୯: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଖେଳାଯିବ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏହି ସିରିଜର ପ୍ରଥମ ମ୍ୟାଚରେ ରହିବେ ନାହିଁ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ। ଏହି ସମୟରେ ଭାରତୀୟ ଦଳର ପ୍ଲେ-୧୧କୁ ନେଇ କ୍ରମାଗତ ଚର୍ଚ୍ଚା ହେଉଛି। ଏହି ସମୟରେ ଭାରତୀୟ ଦଳର କୋଚ୍‌ ରାହୁଲ ଦ୍ରାଭିଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ସୁର୍ଯ୍ୟକୁମାର ଯାଦବଙ୍କ ଟି -୨୦ ରେକର୍ଡ ପ୍ରଶଂସନୀୟ, କିନ୍ତୁ ତାଙ୍କୁ ଦିନିକିଆ ଫର୍ମାଟରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠିଛି, ତେବେ ଅଷ୍ଟ୍ରେଲିଆ ସିରିଜରେ ପ୍ଲେ-୧୧ରେ ସୁର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବ କି ନାହିଁ ସେନେଇ ଚର୍ଚ୍ଚା ହେଉଛି।

ରାହୁଲ ଦ୍ରାବିଡ କହିଛନ୍ତି, ମୋତେ ପୂରା ଭରସା ଅଛି ସୁର୍ଯ୍ୟକୁମାର ଯାଦବ ମଧ୍ୟ ଦିନିକିଆ ଫର୍ମାଟରେ ଏକ ଭଲ ପ୍ରତ୍ୟାବର୍ତ୍ତନ କରିବେ। ଅଷ୍ଟ୍ରେଲିଆ ବିପକ୍ଷ ୩ ଟି ଦିନିକିଆ ସିରିଜର ପ୍ରଥମ ୨ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ପ୍ଲେ-୧୧ରେ ସୁଯୋଗ ମିଳିବ ବୋଲି ରାହୁଲ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆରମ୍ଭ ହେବ।