ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ କର୍ନାଟକ କ୍ରିକେଟ ଆସୋସିଏସନ ଏହି ଦୁଇ ଭାରତୀୟ ଖେଳାଳିଙ୍କ ନାମରେ ଦୁଇଟି ଷ୍ଟାଣ୍ଡ ନାମିତ କରିଛି। ପୂର୍ବରୁ ଷ୍ଟାଡିୟମରେ ଅନେକ ଖେଳାଳିଙ୍କ ନାମରେ ଷ୍ଟାଣ୍ଡ ନାମିତ କରାଯାଇଛି, ଯାହା ଭାରତୀୟ କ୍ରିକେଟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରତିଫଳିତ କରେ।
କେବଳ କୁମ୍ବଲେ ଏବଂ ରାହୁଲ ନୁହେଁ, ବରଂ ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାନ୍ତା ରଙ୍ଗାସ୍ବାମୀଙ୍କ ନାମରେ ମଧ୍ୟ ଏକ ଷ୍ଟାଣ୍ଡ ନାମିତ ହେବ। ମହିଳା କ୍ରିକେଟରେ ତାଙ୍କର ଅମୂଲ୍ୟ ଅବଦାନ ଯୋଗୁ, KSCA ରଙ୍ଗାସ୍ବାମୀଙ୍କ ନାମରେ ଏକ ଷ୍ଟାଣ୍ଡ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ଷ୍ଟାଡିୟମରେ ଥିବା ଷ୍ଟାଣ୍ଡର ନାମକରଣ ଉପରେ କୁମ୍ବଲେ ମଧ୍ୟ ନିଜର ଖୁସି ପ୍ରକାଶ କରିଛନ୍ତି।
କୁମ୍ବଲେ ଟେଷ୍ଟ ଏବଂ ଏକଦିବସୀୟ କ୍ରିକେଟ ଇତିହାସରେ ଭାରତର ପ୍ରମୁଖ ୱିକେଟ ନେବାରେ ସଫଳ ହୋଇଛନ୍ତି। ସେ ଟିମ ଇଣ୍ଡିଆ ପାଇଁ ମୋଟ ୪୦୧ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୯୫୩ ୱିକେଟ ନେଇଛନ୍ତି। ଦ୍ରାବିଡ ସଚିନ ତେନ୍ଦୁଲକରଙ୍କ ପରେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ମଧ୍ୟ। ଦ୍ରାବିଡ ତାଙ୍କ କ୍ୟାରିୟରରେ ଭାରତ ପାଇଁ ମୋଟ ୫୦୪ଟି ମ୍ୟାଚ ଖେଳିଥିଲେ, ୪୮ଟି ଶତକ ସହିତ ୨୪,୦୬୪ ରନ କରିଥିଲେ।

ପଢ଼ନ୍ତୁ ➡️IND vs PAK: ପାକିସ୍ତାନକୁ ଧୂଳି ଚଟାଇବାକୁ ଶ୍ରୀଲଙ୍କା ପହଞ୍ଚିଲା ଟିମ୍‌ ଇଣ୍ଡିଆ, ହେଲା ଭବ୍ୟ ସ୍ବାଗତ

ଚିନ୍ନାସ୍ବାମୀଙ୍କ ନାମରେ ନାମିତ ଷ୍ଟାଣ୍ଡ ନିର୍ମାଣ ପରେ କୁମ୍ବଲେ କହିଥିଲେ, ‘ମୁଁ ଭାବୁଛି ଏହା କହିବା ଭୁଲ ହେବ ନାହିଁ ଯେ ଆମେ ସମସ୍ତେ କର୍ନାଟକ କ୍ରିକେଟକୁ ଏକ ଉଚ୍ଚତାରେ ପହଞ୍ଚାଇଛୁ। ଯେପରି କର୍ନାଟକ କ୍ରିକେଟ ଆମ ସମସ୍ତଙ୍କୁ କରିଛି। କାହାର ନାମରେ ଷ୍ଟାଣ୍ଡ ନାମିତ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତଙ୍କ ଅବଦାନକୁ ସ୍ବୀକୃତି ଦିଆଯାଇଛି। ଏହା ସହିତ, ସମସ୍ତଙ୍କ ନାମ ଏବେ ଷ୍ଟାଡିୟମରେ ଲେଖାଯାଇଛି।’
ପୂର୍ବତନ ଭାରତୀୟ ଅଧିନାୟକ ଏବଂ ସ୍ବର୍ଗତ ଶାନ୍ତା ରଙ୍ଗାସ୍ବାମୀଙ୍କୁ ମହିଳା କ୍ରିକେଟରେ ତାଙ୍କ ଅବଦାନ ପାଇଁ ସ୍ବୀକୃତି ମିଳିଛି। ତାଙ୍କ ନାମରେ ଏକ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯିବ। ଏହା ଉପରେ ପ୍ରତିକ୍ରିୟା ଦେଇ କୁମ୍ବଲେ କହିଛନ୍ତି, ‘ମୁଁ ସବୁଠାରୁ ଖୁସି ଯେ ମୋର ଏବଂ ଦ୍ରାବିଡଙ୍କ ସହିତ ଶାନ୍ତା ରଙ୍ଗାସ୍ବାମୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।”

Dharitri – Odisha’s No.1 Odia Daily

Share