ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ,୪।୬: ଓଡ଼ିଶା ବାଲେଶ୍ୱର ବାହାନଗାରେ ଶୁକ୍ରବାର ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ହୋଇଥିବା ବେଳେ ୧୧୭୫ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୭୯୫ଜଣଙ୍କୁ ଛୁଟି ଦିଆଯାଇଥିବା ବେଳେ ୩୮୨ ଜଣଙ୍କ ଚିକିତ୍ସା ଚାଲିଛି। ଦୁଇ ଜଣ ଗୁରୁତର ରହିଛନ୍ତି। ଏହାକୁ ନେଇ ଏବେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀମାନେ ଲଗାତାର ଓଡ଼ିଶା ଗସ୍ତ କରି ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା ଜାରି ରଖିଛନ୍ତି।
ଏହାରି ଭିତରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ୨୭୦+ ମୃତ୍ୟୁ ପରେ କେହି ଉତ୍ତରଦାୟୀ ନୁହଁନ୍ତି! ମୋଦି ସରକାର ଏତେ ବଡ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିବାକୁ ନେଇ ପଳାୟନ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ତୁରନ୍ତ ରେଳମନ୍ତ୍ରୀଙ୍କ ଇସ୍ତଫା ନେବା ଉଚିତ।