ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା ପଦରୁ ହଟାଇବା ପାଇଁ କହିଛି। ଏହା ସହିତ ଏହା ମଧ୍ୟ କୁଯାହାଇଛି କି ତାଙ୍କୁ ଏଏପିର କୋଟାରୁ କହିବା ପାଇଁ ସମୟ ନଦିଆଯାଉ। ଏଏପି ସଚିବାଳୟ ମଧ୍ୟ ଅଶୋକ ମିତ୍ତଲଙ୍କୁ ଉଚ୍ଚ ସଦନରେ ଦଳର ଉପନେତା ଭାବରେ ନିଯୁକ୍ତ କରିବାକୁ ଅନୁରୋଧ କରିଛି। ଏହାର ଅର୍ଥ ହେଉଛି ଯେ ପଞ୍ଜାବର ରାଜ୍ୟ ସଭା ଏମ୍‌ପି ଡକ୍ଟର ଅଶୋକ ମିତ୍ତଲ ରାଜ୍ୟ ସଭାରେ ଏଏପିର ନୂତନ ଉପନେତା ହୋଇପାରନ୍ତି।

ସୂତ୍ର ଅନୁଯାୟୀ, ରାଘବ ଚଢା ଦଳ ସହିତ ପରାମର୍ଶ ନକରି କିଛି ପ୍ରସଙ୍ଗରେ କହୁଛନ୍ତି। ସେ ରାଜ୍ୟ ସଭାରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେ ବିଷୟରେ ଦଳକୁ ଜଣାଉନାହାନ୍ତି। ଆମ ଆଦମୀ ପାର୍ଟି (ଏଏପି) ତାଙ୍କୁ ଏ ସମ୍ପର୍କରେ ଚେତାବନୀ ମଧ୍ୟ ଦେଇଥିଲା।

Dharitri – Odisha’s No.1 Odia Daily

Share