ଅନୁଗୋଳ ଅଫିସ,୨୪।୧(ମାନସ ବିଶ୍ୱାଳ): ଅନୁଗୋଳ ସହର ସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ରେଡିଓ ସର୍ବୋଦୟ (୮୯.୬ ଏମ) ନାମରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର ଶୁକ୍ରବାର ଲୋକାର୍ପିତ ହୋଇଛି। ଏହି ରେଡିଓ ଷ୍ଟେଶନକୁ ଦେଶର ବିଶିଷ୍ଟ ଗାନ୍ଧୀବାଦୀ ତଥା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ରାନ୍ଧୀ ସ୍ମାରକ ନିମ୍ନର ଅଧ୍ୟକ୍ଷ ରାମଚନ୍ଦ୍ର ସାହା ଲୋକର୍ପଣ କରିଛନ୍ତି।
ଏହି ରେଡିଓରେ ସାହିତ୍ୟ, ସଂସ୍କୃତି, କଳା, ବିଜ୍ଞାନ, ଲୋକକଥା, ଶିକ୍ଷା, କୃଷି, କ୍ରୀଡ଼ା, ଆଇନ, ପରିବେଶ, ଗାନ୍ଧୀ ଦର୍ଶନ, ଦେଶପ୍ରେମ ତଥା ମନୋରଞ୍ଜନକୁ ପ୍ରାଧାନ୍ୟ ଦିଆଯିବ। ୧୫ କିଲୋ ମିଟର ପର୍ଯନ୍ତ ପ୍ରସାରଣ କରାଯିବ। ଜିଲା ବଅଁରପାଳ ଛେଣିପଦା, କଣିହାଁ, କିଶୋରନଗର ବ୍ଲନ ତଥା ତାଳଚେର ଓ ଅନୁଗୋଳ ମ୍ୟୁନିସିପାଲିଟି, ଢେଙ୍କାନାଳ ଜିଲାର ଓହାପଡ଼ା, ବିନ୍ଦୋଳ ତଥା କଟକ ଭିଲାର ନରସିଂହପୁର ବ୍ଲକ ଅଞ୍ଚଳରେ ଏହାର ପ୍ରସାରଣ କରାଯିବ।
ଲୋକାର୍ପଣ ଉତ୍ସବରେ ଗାନ୍ଧୀ ଶାତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି , ଅତିରିକ୍ତ ଜିଲାପାଳ ପ୍ରଚାପ ପ୍ରୀତିମୟ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି, କବି ଶୈଳଜ ରବି, ରଙ୍ଗବତୀର ଗାୟକ ପଦ୍ମଶ୍ରୀ ଚିତେନ୍ଦ୍ର ହରିପାଲ ପ୍ରମୁଖ ଯୋଗଦାନ କରି ଥିଲେ ।