ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଗୁରୁବାର ଆୟୋଜିତ ୭୨ତମ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ଦିଗପହଣ୍ଡିର ରାଧାରାଣୀ ପାଣିଗ୍ରାହୀ ରୌପ୍ୟ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି। ସେ ଦିଗପହଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ସ୍ଥିତ ସିଦ୍ଧେଶ୍ୱର ଗ୍ରାମ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦ ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ତତ୍ତ୍ୱାବଧାରକ ନୀଳମାଧବ ପଣ୍ଡା ଏବଂ କୋଚ ରାଜେଶ୍ୱରୀ ବେହେରାଙ୍କ ନିକଟରୁ ଭାରତ୍ତୋଳନ କୌଶଳ ତାଲିମ ନେଇ ଅଭ୍ୟାସ ଜାରି ରଖିଥିଲେ। ଏହାପୂର୍ବରୁ ମଧ୍ୟ ସେ ଗଞ୍ଜାମ ଜିଲା ତଥା ଅନେକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିଥିଲେ। ତାଙ୍କୁ ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।
\