Tennis - French Open - Roland Garros, Paris, France - September 28, 2020 Czech Republic's Petra Kvitova reacts during her first round match against France's Oceane Dodin REUTERS/Christian Hartmann
ପ୍ୟାରିସ୍,୨୯।୯(ଏପି): ଫ୍ରେଞ୍ଚ୍ ଓପନ୍ ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର ପେଟ୍ରା କ୍ୱିଟୋଭା, ବୁଲଗେରିଆର ଶ୍ୱେତାନା ପିରଙ୍କୋଭା, ଆମେରିକାର କୋକୋ ଗୌଫ୍ ଅନ୍ୟ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସପ୍ତମ ସିଡ୍ ମାନ୍ୟତା ପାଇଥିବା କ୍ୱିଟୋଭା ୬-୩, ୭-୫ ସେଟ୍ରେ ଓସିଏନ ଡୋଡିନଙ୍କୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। କ୍ୱିଟୋଭା ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ଜାସମିନ ପାଓଲିନିଙ୍କୁ ଭେଟିବେ। ପାଓଲିନି ପ୍ରଥମ ରାଉଣ୍ଡରେ ସ୍ପେନ୍ର ଆଲିଓନା ବୋଲସୋଭାଙ୍କୁ ୬-୪, ୬-୩ ସେଟ୍ରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଗୌଫ୍୬-୩, ୬-୩ ସେଟ୍ରେ ନବମ ସିଡ୍ ବ୍ରିଟେନର ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ଫ୍ରେଞ୍ଚ୍ ଓପନ୍ରେ ଗୌଫ୍ ପଦାର୍ପଣରେ ବିପର୍ଯ୍ୟୟ ଘଟାଇଛନ୍ତି। ଗୌଫ୍ ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ମାର୍ଟିନା ଟ୍ରେଭିସେନଙ୍କୁ ଭେଟିବେ। ଟ୍ରେଭିସେନ ଇଟାଲୀର କାମିଲା ଜିଓର୍ଜିଙ୍କ ବିପକ୍ଷରେ ଓ୍ବାକ ଓଭର ପାଇଁ ଅଗ୍ରଗତି କରିଛନ୍ତି। ସେହିପରି ପିରୋଙ୍କୋଭା ୬-୩, ୬-୩ ସେଟ୍ରେ ଜର୍ମାନୀର ଆଣ୍ଡ୍ରିଆ ପେଟ୍କୋଭିକଙ୍କୁ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଷଷ୍ଠ ସିଡ୍ ଆମେରିକୀୟ ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଅନ୍ୟଏକ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ନିଜ ଦେଶର କ୍ରିଷ୍ଟି ଆନଙ୍କୁ ୭-୬, ୬-୦ ସେଟ୍ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି।