LONDON, ENGLAND - JUNE 02: Quinton De Kock of South Africa during the Group Stage match of the ICC Cricket World Cup 2019 between South Africa and Bangladesh at The Oval on June 02, 2019 in London, England. (Photo by Alex Davidson/Getty Images)
ଜୋହାନ୍ସବର୍ଗ,୧୮।୭(ପି.ଟି.): କାଇଟ୍ସ ଅଧିନାୟକ କ୍ୱିଣ୍ଟନ ଡିକକ୍ ୩ ଟିମ କ୍ରିକେଟ (୩ଟିସି) ସଲିଡାରିଟି କପ୍ର ପ୍ରାରମ୍ଭିକ ସଂସ୍କରଣରୁ ଓହରିଯାଇଛନ୍ତି। ଏହି କପ୍ ମାଧ୍ୟମରେ ଦକ୍ଷିଣ ଆଫ୍ରିକାକୁ ପୁଣି କ୍ରିକେଟ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍- ୧୯ ମହାମାରୀ କାରଣରୁ ଦକ୍ଷିଣ ଆଫ୍ରିକା ସମେତ ସାରା ବିଶ୍ୱରେ ସବୁ ପ୍ରକାର କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଥିଲା।
ଡିକକ୍ଙ୍କ ଅନୁପସ୍ଥିତିରେ ଟେମ୍ବା ବଭୁମା କାଇଟ୍ସ ଦଳର ନେତୃତ୍ୱ ନେବେ। ଡିକକ୍ଙ୍କ ବଦଳ ଖେଳାଳି ଭାବେ ୨୪ ବର୍ଷୀୟ ଉଇକେଟକିପର ରିୟାନ ରିକେଲଟନଙ୍କୁ ଦଳରେ ସାମିଲ କରାଯାଇଛି। ବ୍ୟକ୍ତିଗତ କାରଣରୁ ଡିକକ୍ ଏହି ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି ବୋଲି କ୍ରିକେଟ ସାଉଥ୍ ଆଫ୍ରିକା ତରଫରୁ କୁହାଯାଇଛି। ଡିକକ୍ଙ୍କ ପୂର୍ବରୁ ଦ୍ରୁତ ବୋଲର କାଗିସୋ ରାବାଡ଼ା, ଅଲରାଉଣ୍ଡର କ୍ରିସ୍ ମୋରିସ୍ ଓ ମିଡିୟମ ପେସର ସିସାନ୍ଦା ମାଗାଲା ମଧ୍ୟ ଏହି ଟୁର୍ନାମେଣ୍ଟରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଛନ୍ତି।
ଶୁକ୍ରବାର ହେନେରିଚ କ୍ଲାସେନଙ୍କ ବଦଳରେ ବ୍ୟାଟ୍ସମ୍ୟାନ ରିଜା ହେଣ୍ଡ୍ରିକ୍ସଙ୍କୁ କିଙ୍ଗ୍ଫିସରର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ବ୍ଲାକ ଲାଇଭ ମ୍ୟାଟର (ବିଏଲ୍ଏମ୍) ବିପ୍ଳବକୁ କ୍ରିକେଟ ସାଉଥ୍ ଆଫ୍ରିକା (ସିଏସ୍ଏ) ସମର୍ଥନ କରିବା ପରେ ଏହି ନିଷ୍ପତ୍ତି ନିଆଯାଥିଲା। ୩ଟିସି ଟୁର୍ନାମେଣ୍ଟ ଜୁନ୍ ୨୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍-୧୯ ମହମାରୀକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କପ୍ରେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଂ ୨୪ଜଣ କ୍ରିକେଟର ୩ଟି ଦଳରେ ବିଭକ୍ତ ହୋଇ ଅଂଶଗ୍ରହଣ କରିବେ। ଏହି ୩ଟି ଦଳ ହେଲ ଦି ଇଗଲ୍ସ, କିଙ୍ଗ୍ଫିସର ଓ ଦି କାଇଟ୍ସ। ପ୍ରତ୍ୟେକ ଦଳରେ ୮ଜଣ ଖେଳାଳି ସାମିଲ ହେବେ।