ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ

ଭୁବନେଶ୍ୱର,୧୧।୧: ବର୍ତ୍ତମାନ ଗ୍ରାହକ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ପାଇବା ସହିତ ଆବଶ୍ୟକ ସହାୟତା ମଧ୍ୟ ସହଜରେ ପାଇପାରିବେ ବୋଲି କାଜାରିଆ ଟାଇଲ୍ସର ଓଡ଼ିଶା ମୁଖ୍ୟ ତ୍ରିବିକ୍ରମ ନନ୍ଦ କହିଛନ୍ତି। ଏପରିକି ଉତ୍ପାଦର ଗୁଣବତ୍ତା ଓ ବ୍ୟବହାର ଉପରେ ମଧ୍ୟ ଶତପ୍ରତିଶତ ସହାୟତା ସହ କାଜାରିଆର ଗୁଣବତ୍ତା, ପ୍ରତିଯୋଗିତାମୂଳକ ମୂଲ୍ୟ, ଲୋକପ୍ରିୟତା ବୃଦ୍ଧି ଦିଗରେ ମଧ୍ୟ ନନ୍ଦ ଗୁରୁତ୍ୱ ଦେଇଥିବାବେଳେ ଗ୍ରାହକ ସନ୍ତୁଷ୍ଟି ଓ ଉତ୍ତମ ଗ୍ରାହକ ସେବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ଷ୍ଟୋନ୍‌ ଇଣ୍ଟରନ୍ୟାଶନାଲ ଆନୁକୂଲ୍ୟରେ ‘କାଜାରିଆ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଗୁରୁବାର ରସୁଲଗଡ଼ର ପଳାଶୁଣୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କିଟ୍‌, କିସ୍‌ ଓ କିମ୍ସର ପ୍ରତିଷ୍ଠାତା ପ୍ରଫେସର ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଷ୍ଟୋନ୍‌ ଇଣ୍ଟରନ୍ୟାଶନାଲର ଏମ୍‌ଡି ଶ୍ୟାମସୁନ୍ଦର ମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଜଗଦୀଶ ମାହେଶ୍ୱରୀ, ରୋନକ ମାନ୍ଧନା ଓ ନୀତେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଷ୍ଟୋନ୍‌ ଇଣ୍ଟରନ୍ୟାଶନାଲର ଏମ୍‌ଡି ଶ୍ୟାମସୁନ୍ଦର ମନ୍ତ୍ରୀ କାଜାରିଆ ଟାଇଲ୍ସର ଗୁଣବତ୍ତା ଏବଂ ଦୈନନ୍ଦୀନ ଜୀବନରେ ଏହାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।