Russia's President Vladimir Putin attends the launching ceremony of the new Euro+ combined oil refining unit at the Gazprom Neft Moscow Refinery, via video link at the Novo-Ogaryovo state residence outside Moscow, Russia July 23, 2020. Sputnik/Alexei Druzhinin/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.
କିଭ୍/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର ଏକ ଗଣାମାଧ୍ୟମରେ ଏହି ଅଞ୍ଚଳ ଉପରେ ବିଜୟ ଘୋଷଣା କରିବା ସହ ନିଜ ସୈନ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିନକ ପୂର୍ବରୁ ୟୁକ୍ରେନ୍ ଲିସିଚାନ୍ସ୍କରୁ ନିଜ ଶେଷ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେଇଥିଲା। ରୁଷିଆ ପ୍ରତିରକ୍ଷାମନ୍ତ୍ରୀ ସେରେଗି ଶୋଇଗୁ ଏକ ଟେଲିଭିଜନ ବାର୍ତ୍ତାରେ ଲୁହାନସ୍କ ଉପରେ ନିୟନ୍ତ୍ରଣ ହାସଲ କରିଥିବା ନେଇ ପୁଟିନ୍ଙ୍କୁ କହିଥିଲେ। ରବିବାର ଲୁହାନ୍ସ୍କ ଅପରେଶନ ସଫଳତାର ସହ ଶେଷ ହୋଇଥିବା ଶୋଇଗୁ ଜଣାଇଥିଲେ। ଲୁହାନ୍ସ୍କ ଅଭିଯାନରେ ସାମିଲ ହୋଇଥିବା ମିଲିଟାରୀ ୟୁନିଟ୍ ଏବେ ବିଶ୍ରାମ ନେଇ ସେମାନଙ୍କ ଲଢ଼ୁଆ ଦକ୍ଷତା ଆହୁରି ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରନ୍ତୁ ବୋଲି ପୁଟିନ୍ ପରାମର୍ଶ ଦେଇଛନ୍ତି।