ଘଣ୍ଟାକୁ ନେଇ ବାସ୍ତୁ; ସଠିକ୍‌ ଦିଗରେ ନ ଲଗାଇଲେ ହେବ ଅଶୁଭ, ଜାଣି ରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ସେମିତି ଏକ ବସ୍ତୁ ହେଉଛି ଘଡ଼ି ବା ଘଣ୍ଟା। ସମୟ ଜାଣିବା ପାଇଁ ଆମେ ସାଧାରଣତଃ ଘରେ ଘଣ୍ଟା ଲଗାଇଥାଉ। କିନ୍ତୁ ଏହି ଘଣ୍ଟା ଲଗାଇବା ପାଇଁ ସଠିକ୍‌ ଦିଗର ଚୟନ କରିବା ନିତାନ୍ତ ଜରୁରୀ। ନଚେତ୍‌ ଏହାର କୁପ୍ରଭାବ ଆମ ଜୀବନ ଉପରେ ପଡିପାରେ। ଯେମିତିକି:

*ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର ଦିଗ ତେଣୁ ସେହି ଦିଗରେ ଘଣ୍ଟା ଲଗାଇବା ଠିକ ନୁହେଁ। କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଖାସ୍‌ କରି ଆୟୁ ଓ ସ୍ବାସ୍ଥ୍ୟହାନୀର ଏହା କାରଣ ସାଜିଥାଏ ବୋଲି ବିଶ୍ୱାସ ରହିଛି।

*କେବେ ବି ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ସର୍ବଦା ଝଗଡ଼ା ଲାଗିରହେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

*ଘଣ୍ଟାକୁ ସବୁବେଳେ ସଫା ରଖନ୍ତୁ। ଏହା ଉପରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ। ଭାଙ୍ଗି ଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

*ଅନ୍ୟପକ୍ଷେ ଘଣ୍ଟାକୁ କେବେ ବି ବିଳମ୍ବରେ ଚାଲିବାକୁ ଦେବେ ନାହିଁ। ଦରକାର ପଡିଲେ ଏହାର ସମୟକୁ ଦୁଇ ତିନି ମିନିଟ୍‌ ଆଗକୁ ପଛେ କରିଦେବେ ହେଲେ ଆଦୌ ପଛୁଆ କରିବେ ନାହିଁ। ଏହାଦ୍ବାରା ପରିବାର ଲୋକଙ୍କ ସମୟାନୁବର୍ତ୍ତିତା ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଏ।

*ଘରର ହଲ୍‌ରେ ପେଣ୍ଡୁଲମ୍‌ ଘଣ୍ଟା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୁହାଯାଏ ।

Share
Tags: Vastu tips