ପୁରୁଷୋତ୍ତମପୁରରେ ହତ୍ୟାକାଣ୍ଡ: ଲଟାବୁଦା ମଧ୍ୟରୁ ଶ୍ରମିକଙ୍କ ଗଳିତ ମୃତଦେହ ଜବତ କଲା ପୋଲିସ

ପୁରୁଷୋତ୍ତମପୁର,୨୭।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ଉପକଣ୍ଠ ପାଣ୍ଡିଆଛକ ନିକଟସ୍ଥ ଏକ ଲଟାବୁଦା ମଧ୍ୟରୁ ଯୁବକଙ୍କ ଏକ ଗଳିତ ମୃତଦେହକୁ ବୁଧବାର ପୋଲିସ ଜବତ କରିଛି। ଏହାକୁ ନେଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି ରାଜେଶ କୁମାର ନାୟକ ଘଟଣାସ୍ଥଳକୁ ଯାଇ ଏହାର ପାରିପାଶର୍‌ବିକ ସ୍ଥିତିକୁ ଦେଖି ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଥିବାରନେଇ ସନ୍ଦେହ କରିଥିଲେ। ଏହାକୁନେଇ ଏସଡିପିଓ, ଆଇଆଇସି ଦୀର୍ଘସମୟ ଧରି ଛାନଭିନ ଭାବରେ ତଦନ୍ତ କରିବାରେ ଲାଗିଥିବାବେଳେ ଏହା ଏକ ସମ୍ପୁର୍ଣ୍ଣ ହତ୍ୟାକାଣ୍ଡ ବୋଲି ଜାଣାପଡିଥିଲା। ଏହା ପୁରୁଷୋତ୍ତମପୁର-ବ୍ରହ୍ମପୁର ମୁଖ୍ୟରାସ୍ଥାର ପାଣ୍ଡିଆ ଛକ ନିକଟରେ ଥିବା ଋଷିକୁଲ୍ୟା ନଦୀର ବ୍ରିଜ ମରାମତି କାର୍ଯ୍ୟ ହରକୁଲସଷ୍ଟକଚର ସିଷ୍ଟମ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଉଥିବାବେଳେ ଏଥିରେ ଶ୍ରମିକ ଭାବରେ ପଶ୍ଚିମ ବଙ୍ଗର କିଛି ବ୍ୟକ୍ତି କାର୍ଯ୍ୟକରୁଥିଲେ। ଏହି ସମୟରେ ଗତ ରବିବାର ରାତ୍ରରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା।ଏହି କାରଣରୁ ଜଣେ ଶ୍ରମିକଙ୍କୁ ଅନ୍ୟକିଛି ଶ୍ରମିକମିଶି ମାରଣାସ୍ତ୍ରରେ ଆକ୍ରମଣସହ ହତ୍ୟାକରି ରାସ୍ଥାପାଶର୍‌ବ ଲଟାବୁଦା ମଧ୍ୟରେ ଫୋପାଡିଦେଇ ଫେରାର ହୋଇଯାଇଛନ୍ତି। ଏହି ମୃତଦେହ ପଚିଶଢି ଦୁର୍ଗନ୍ଧ ହେବାପରେ ଘଟଣା ଜଣାପଡିଛି। ହତ୍ୟାର ଶିକାର ହୋଇଥିବା ଶ୍ରମିକ ଜଣକ ପଶ୍ଚିମବଙ୍ଗ ମୁରଦାବାସଜିଲ୍ଲା ସମରଗଞ୍ଜଥାନା ଅନ୍ତର୍ଗତ ଦେବଦାଶପୁର ଗ୍ରାମର ଲୋକମାନସେଖ (୪୫) ବୋଲି ଜଣାପଡିଛି। ଥାନା କେସ ନଂ ୬୭୫/୨୫ ପ୍ରକାରେ ପୋଲିସ ମୃତଦେହକୁ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ଥିବାବେଳେ ଏହି କାର୍ଯ୍ୟରେ ନିୟୋଜିତଥିବା ଅନ୍ୟ ଶ୍ରମିକ ଓ ଠିକା କମ୍ପାନିର କର୍ମଚାରୀଙ୍କୁ ପଚାରାଉଚରା କରିବାରେ ଲାଗିଛନ୍ତି। ହେଲେ ଏଥିରୁ ସନ୍ଦେହ ଉଠିଛି ଯେ ଏଠାରେ ରହିଥିବା ଅନ୍ୟ ଶ୍ରମିକ ଓ ଠିକାସଂସ୍ଥାର କର୍ମଚାରୀମାନେ ଘଟଣା ସମ୍ପର୍କରେ ପୋଲିସକୁ କାହିଁକି ସୂଚନା ଦେଲେନାହିଁ ନା ଘଟଣାକୁ ଜାଣିଶୁଣି ଚପାଇଦେବାକୁ ଯୋଜନା କରିଥିଲେ ନା ଏମାନେ ମଧ୍ୟ କୁଆଡେ ଘଟଣାରେ ସମ୍ପୃକ୍ତ ରହିଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ଏଣୁ ସମ୍ପୂର୍ଣ୍ଣ ତଦନ୍ତ ପରେହିଁ ଘଟଣାର ସ୍ପଷ୍ଟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।