ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ପୂର୍ଣ୍ଣଚନ୍ଦ୍ର

ଗଞ୍ଜାମ,୨୪।୧୦(ବିଦ୍ୟାଧର ସାହୁ):ଜାତୀୟ ସ୍ବଇଚ୍ଛୁକ ରକ୍ତଦାନ ଦିବସ ଅବସରରେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ଓ ଓଡିଶା ବ୍ଲଡ ସେଣ୍ଟର, ଏମକେସିଜି ମେଡିକାଲ କଲେଜ ତରଫରୁ ଏକ ଭବ୍ୟ ସମ୍ମାନ ସଭାର ଆୟୋଜନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ପ୍ରଫେସର ଡା. ସୁଚିତ୍ରା ଦାଶ, ଡିନ ଓ ପ୍ରିନ୍ସିପାଲ, ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର। ବିଶିଷ୍ଟ ଅତିଥି ଭାବେ ଥିଲେ ପ୍ରଫେସର ଡା. ଦୁର୍ଗାମଧବ ସତପଥୀ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଶ୍ରୀ ସଙ୍ଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ସମାଜ ପାଇଁ ନିରନ୍ତର ସେବା ଓ ସ୍ବଇଚ୍ଛୁକ ରକ୍ତଦାନର ମାଧ୍ୟମରେ ମାନବତା ସେବାର ଉଦାହରଣ ସୃଷ୍ଟି କରିଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆ ଯିବା ସହ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା। ସେ ନିଜ ଜୀବନରେ ସ୍ବଇଚ୍ଛୁକ ଭାବରେ ରକ୍ତଦାନ କରି ଅନେକ ଜୀବନକୁ ରକ୍ଷା କରିଆସୁଛନ୍ତି ଓ ନିରନ୍ତର ଭାବେ ଲୋକଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରୁଛନ୍ତି। ସେ ନିଜ ବିଦ୍ୟାଳୟରେ ପିଲାମାନଙ୍କୁ ମାଗଣା ଶିକ୍ଷା ଦେଇ ମାନବତା ଓ ସେବାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଏହି ଅବସରରେ ଅନେକ ଡାକ୍ତର, ଛାତ୍ରୀଛାତ୍ର, ସମାଜସେବୀ ଓ ସ୍ବଇଚ୍ଛୁକ ରକ୍ତଦାତାମାନେ ଉପସ୍ଥିତ ହୋଇ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ।

 

Dharitri – Odisha’s No.1 Odia Daily

 

Share