ଗ୍ରାହକଙ୍କୁ ସତର୍କ କରାଇଲା ପିଏନ୍‌ବି: ଡିସେମ୍ବର ପୂର୍ବରୁ କରିନିଅନ୍ତୁ ଏହି କାମ, ନଚେତ ବନ୍ଦ ହେବ ଆକାଉଣ୍ଟ

ନୂଆଦିଲ୍ଲୀ,୧୩।୧୨: ଗ୍ରାହକମାନଙ୍କୁ ସତର୍କ କରାଇଛି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)। ଡିସେମ୍ବର ୧୮ ମଧ୍ୟରେ ଗ୍ରାହକଙ୍କୁ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ସମୟ ଦିଆଯାଇଛି। ଯଦି ସେ ସେଭଳି ନ କରନ୍ତି ତେବେ ଆର୍‌ବିଆଇ ଗାଇଡଲାଇନ ମୁତାବକ ଆକାଉଣ୍ଟକୁ ଫ୍ରିଜ୍‌ କରିଦିଆଯିବ। ଗ୍ରାହକମାନେ ଅନଲାଇନ୍‌ରେ ନଚେତ ବ୍ୟାଙ୍କ ଯାଇ କଓ୍ବୋଇସି ଦେଇପାରିବେ। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା କଓ୍ବୋଇସି ଅପ୍‌ଡେଟ୍‌ କରିବା ବାକି ଥିବା ଗ୍ରାହକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ।

କିଭଳି ଜାଣିବେ କଓ୍ବୋଇସି ଷ୍ଟାଟସ୍‌:

-ଆବଶ୍ୟକୀୟ ଡାଟା ସହ ଅନଲାଇନ୍‌ରେ ପିଏନ୍‌ବି ଖୋଲନ୍ତୁ
-ବ୍ୟକ୍ତିଗତ ସେଟିଂକୁ ଯାଆନ୍ତୁ
-କଓ୍ବୋଇସି ଷ୍ଟାଟସ୍‌ ଚେକ୍‌ କରନ୍ତୁ
-ଯଦି ଆପଣଙ୍କ ଖାତାରେ କଓ୍ବୋଇସି ଅପ୍‌ଡେଟ୍‌ କରିବାର ଆବଶ୍ୟକତା ଥିବ ତାହା ଦେଖାଯିବ

Share
Tags: BusinessPNB