ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ଏମ୍‌ପି

ଚଣ୍ଡିଗଡ଼, ୧୬ା୭: ସ୍ବାଧୀନତା ସଂଗ୍ରମୀ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦକୁ ଆସଛନ୍ତି ପଞ୍ଜାବ ଏମ୍‌ପି ତଥା ଶିରୋମଣି ଅକାଳୀ ଦଳ ନେତା ସିମ୍ରନଜିତ୍‌ ସିଂ ମାନ୍‌। ସିମ୍ରନ୍‌ଜିତ କହିଛନ୍ତି, ‘ଭଗତ ସିଂ ଇଂଲିଶ ନୌସେନାର ଜଣେ ଯୁବ ଅଫିସର ଏବଂ ଜଣେ ଅମୃତଧାରୀ ଶିଖ୍‌ କନଷ୍ଟେବଳଙ୍କୁ ହତ୍ୟା କରିଥିଲେ। ସେତେବେଳେ ସେ ନ୍ୟାଶନାଲ ଆସେମ୍ବ୍ଲିକୁ ବୋମାମାଡ଼ କରିଥିଲେ। ଏବେ କୁହନ୍ତୁ ଭଗତ ସିଂ ଜଣେ ଆତଙ୍କବାଦୀ କି ନୁହେଁ’। ସିମ୍ରନ୍‌ଜିତଙ୍କ ଏଭଳି ମନ୍ତବ୍ୟକୁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନିନ୍ଦା କରିଛି। ଦେଶ ପାଇଁ ପ୍ରାଣବଳି ଦେଇଥିବା ଜଣେ ସ୍ବାଧୀନତା ସଂଗ୍ରମୀଙ୍କୁ ସେ ଅପମାନିତ କରିଛନ୍ତି ଏବଂ ଏହାଦ୍ୱାରା ଦେଶବାସୀଙ୍କ ଭାବନା ଆହତ ହୋଇଛି। ତେଣୁ ସିମ୍ରନ୍‌ଜିତ ତୁରନ୍ତ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଏଏପି ପକ୍ଷରୁ ଟୁଇଟ୍‌ କରାଯାଇଛି।