Categories: Home Leftଖେଳ

୨୦୦ ଟପିବା ପରେ ବି ଜିତି ପାରିଲା ନାହିଁ ଆର୍‌ସିବି

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୨୦୫ ରନ୍‌ କରିବା ପରେ ବି ବିଜୟ ସାଦ ଚାଖି ପାରି ନାହିଁ। ୨୦୬ ରନ୍‌ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ ଗୋଟିଏ ଓଭର ପୁର୍ବରୁ ୫ ଉଇକେଟରେ ଜିତି ନେଇଛି।

ଶିଖର ଧାଓ୍ବନ (୪୩ ରନ, ୫ ଚୌକା ଓ ୧ ଛକା) ଏବଂ ମୟଙ୍କ ଅଗ୍ରଓ୍ବାଲ (୩୨ ରନ, ୨ ଲେଖାଏ ଚୌକା ଓ ଛକା)। ଦୁହେଁ ୭ ଓଭରରେ ୭୧ ରନ୍‌ କରିଥିଲେ। ଦୁଇ ଓପନର ପ୍ୟାଭିଲିଅନ ଫେରିବା ପରେ ମଧ୍ୟକ୍ରମରେ ଭାନୁକା ରାଜପାକ୍ଷେ ୪୩ (୨ ଚୌକା ଓ ୪ ଛକା) ଓ ଲିଆମ ଲିଭିଂଷ୍ଟୋନ (୧୯) ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ୧୪ତମ ଓଭରରେ ଦୁଇ ଉଇକେଟ ନେଇ ବାଙ୍ଗାଲୋରକୁ ମ୍ୟାଚ ଫେରାଇ ଆଣିଥିଲେ ମହମ୍ମଦ ସିରାଜ। ତା’ ପରେ ଶାହରୁଖ ଖାନ ୨୪ ଏବଂ ଓଡିନ ସ୍ମିଥ (୨୫)ଙ୍କ ଯୋଗୁ ପଞ୍ଜାବ ସହଜ ବିଜୟ ହାସଲ କରିଛି।
ପୂର୍ବରୁ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ୮୮ ରନ୍ର ବିସ୍ଫୋରକ ପାଳି ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ୨୦ ଓଭରରେ ୨ ଉଇକେଟ ହରାଇ ୨୦୫ ରନ୍‌ କରିଥିଲା। ବିରାଟ କୋହଲି(୪୧ ରନ, ୧ ଲେଖା ଚୌକା, ଛକା) ଏବଂ ଦୀନେଶ କାର୍ତ୍ତିକ (୩୨ ରନ, ୩ ଚୌକା ଓ ୩ ଛକା) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।