Categories: Home Leftଖେଳ

ଆଇପିଏଲ ପୂର୍ବରୁ ବଡ଼ ଖବର: ପଞ୍ଜାବ କିଙ୍ଗ୍ସରେ ଶିଖର ଧାୱନଙ୍କ ସ୍ଥାନ ନେବେ ରୋହିତ ଶର୍ମା! ଜୋର୍‌ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୮: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମେଗା ନିଲାମରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରେ ତେବେ ପଞ୍ଜାବ କିଙ୍ଗସ ତାଙ୍କୁ ଯେକୌଣସି ମୂହୁର୍ତ୍ତରେ କିଣିବାକୁ ଚାହିଁବ। ଶିଖର ଧାୱନଙ୍କ ଅବସର ପରେ ପଞ୍ଜାବ ପାଖରେ ଅଧିନାୟକ ନାହାଁନ୍ତି। ତେଣୁ ସେ ରୋହିତଙ୍କୁ କିଣିବାକୁ ଚାହୁଁଥିବା କୁହାଯାଉଛି। ରୋହିତଙ୍କ ବିଷୟରେ ପଞ୍ଜାବ ଅନେକ ସୂଚନା ଦେଇଛି। ଏହି ଟିମ ନିକଟରେ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛି। ସେବେଠାରୁ ମାହୋଲ ଅଧିକ ଗରମ ରହିଛି।

ମୁମ୍ବାଇ ଆଇପିଏଲ ୨୦୨୪ରେ ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେଇଥିଲା। ଏହାକୁ ରୋହିତ ଏବଂ ତାଙ୍କ ପ୍ରଶଂସକମାନେ ପସନ୍ଦ କରିନଥିଲେ। ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ବିଷୟରେ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେଣୁ ଏହା ସମ୍ଭବ ଯେ ରୋହିତ ଏଥର ଦଳ ଛାଡିପାରନ୍ତି।

ରୋହିତଙ୍କ ବିଷୟରେ ଗୁଜବ ପ୍ରଚାରିତ ହୋଇଛି ଯେ ସେ ପଞ୍ଜାବ କିଙ୍ଗ୍ସରେ ଯୋଗ ଦେଇପାରନ୍ତି। ପ୍ରୀତି ଜିଣ୍ଟା ତାଙ୍କୁ ଯେକୌଣସି ମୂହୁର୍ତ୍ତରେ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚାହିଁବେ। ପଞ୍ଜାବ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛି। ବାସ୍ତବରେ ଦଳ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛି । ଏଥିରେ ରୋହିତ ଏବଂ ଶିଖର ଧାୱନ ନଜର ଆସିଛନ୍ତି। ରୋହିତ ଏବଂ ଧାୱନଙ୍କ ଏହି ପୁରୁଣା ଫଟୋ ଉପରେ ପ୍ରଶଂସକଙ୍କ ଠାରୁ ଅନେକ ମନ୍ତବ୍ୟ ଆସିଛି।

ଅଧିନାୟକ ଭାବରେ ରୋହିତଙ୍କର ଏପର୍ଯ୍ୟନ୍ତ ଏକ ଭଲ ରେକର୍ଡ ରହିଛି। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ଜିତିଛି। ରୋହିତ ଏପର୍ଯ୍ୟନ୍ତ ଲିଗରେ ମୋଟ ୨୫୭ ମ୍ୟାଚ ଖେଳିଛନ୍ତି। ସେ ୬୬୨୮ ରନ ସ୍କୋର କରିଛନ୍ତି। ଲିଗ୍‌ରେ ରୋହିତ ଦୁଇ ଶତକ ଏବଂ ୪୩ ଅର୍ଦ୍ଧଶତକ ହାସଲ କରିଛନ୍ତି।