ରିଲ୍ସ ପାଇଁ ୧୦୦ ଫୁଟ ଉଚ୍ଚରୁ ଝୁଲିଲେ

ପୁଣେ, ୨୧।୬: ପୁଣେର ସ୍ବାମୀ ନାରାୟଣ ମନ୍ଦିର ନିକଟସ୍ଥ ଏକ ବହୁତଳ ବିଲ୍ଡିଂ ଛାତରୁ ଜଣେ ଯୁବତୀ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରୁଥିବାର ଭିଡିଓ ଗୁରୁବାର ସାମ୍‌ନାକୁ ଆସିଛି। ଯୁବତୀଜଣକ ସାଥୀ ଯୁବକଙ୍କ ହାତ ଧରି ୧୦୦ ଫୁଟ ଉଚ୍ଚରୁ ଝୁଲୁଥିବା ନଜର ଆସୁଛନ୍ତି। ସମ୍ପୃକ୍ତ ଯୁବତୀ ଓ ଯୁବକଙ୍କ ୨ ଜଣ ସାଙ୍ଗ ମୋବାଇଲରେ ସେମାନଙ୍କ ରିଲ୍ସ ରେକର୍ଡ କରୁଥିଲେ।

ବିପଜ୍ଜନକ ଷ୍ଟଣ୍ଟ୍‌ କରୁଥିଲେ ମଧ୍ୟ ଏହି ଭିଡିଓରେ ଯୁବତୀଜଣକ ହସୁଥିବା ଲକ୍ଷ୍ୟ କରାଯାଇଛି। ରିଲ୍ସ ପାଇଁ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ କରୁଥିବାରୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି। ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ କୌଣସି ମାମଲା ରୁଜୁ ହୋଇନାହିଁ।

Share
Tags: punereels