SYDNEY, AUSTRALIA - DECEMBER 08: Will Pucovski of Australia A is assisted from the field after been struck in the helmet off the bowling of Kartik Tyagi of India A during day three of the International Tour match between Australia A and India A at Drummoyne Oval on December 08, 2020 in Sydney, Australia. (Photo by Jason McCawley/Getty Images)
ସିଡ୍ନୀ, ୯।୧୨(ପି.ଟି.)- ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ ପାଇଁ ହଟ୍ ଫେଭରାଇଟ୍ ଥିବା ଅଷ୍ଟ୍ରେଲିଆର ଓ୍ବିଲ୍ ପୁକୋଭସ୍କି କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସରରେ ଆହତ ହୋଇଛନ୍ତି। ଭାରତ ‘ଏ’ ବିପକ୍ଷରେ ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ଓ୍ବାର୍ମଅପ୍ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ପୁକୋଭସ୍କି ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ତ୍ୟାଗୀଙ୍କ ବାଉନ୍ସର ତାଙ୍କ ହେଲ୍ମେଟକୁ ଜୋରରେ ଆଘାତ ଦେଇଥିଲା। ଫଳରେ ସେ କନ୍କସନରେ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ସେତେବେଳେ ସେ ୨୩ ରନ କରିଥିଲେ। ତେଣୁ ଚଳିତମାସ ୧୧ରୁ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଓ୍ବାର୍ମଅପ୍ ଗେମ୍ରେ ସେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଡିସେମ୍ବର ୧୭ରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଏହା ଦିବାରାତ୍ର ବିଶିଷ୍ଟ ଖେଳାଯିବ। ଅଷ୍ଟ୍ରେଲିଆର ନିୟମିତ ଓପନର ଡେଭିଡ ଓ୍ବାର୍ନର ଆହତ ଥିବାରୁ ପୁକୋଭସ୍କି ତାଙ୍କ ସ୍ଥାନ ନେବା ଏକ ପ୍ରକାର ନିଶ୍ଚିତ ହୋଇଛି। ପୁକୋଭସ୍କିଙ୍କ ସାମାନ୍ୟ ସଂଘାତଜନିତ ସମସ୍ୟାରେ ଥିବା ଅନୁଭବ କରୁଛନ୍ତି। ସେ କାହା ସହାୟତା ନ ନେଇ ପଡ଼ିଆ ଛାଡ଼ିଥିଲେ। ମେଡିକାଲ ରୁମ୍ରେ ପରୀକ୍ଷା ପରେ ସେ ନିଜ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଟିମ୍ ମ୍ୟାନେଜମେଣ୍ଟ ଏବଂ ପରିବାରବର୍ଗଙ୍କୁ ଜଣାଇଛନ୍ତି। ସେ ଅଷ୍ଟ୍ରେଲିଆ ‘ଏ’ ଦଳ ସହିତ ରହିବେ, ମାତ୍ର ଦ୍ୱିତୀୟ ଓ୍ବାର୍ମଅପ୍ ମ୍ୟାଚ ଖେଳିବେ ନାହିଁ ବୋଲି ଟିମ୍ ଡାକ୍ତର ଜନ୍ ଓର୍ଚାର୍ଡ ପ୍ରକାଶ କରିଛନ୍ତି। ହେଲମେଟର ସମ୍ମୁଖଭାଗ ଗାର୍ଡରେ ବଲ୍ ବାଜିବା ପରେ ପୁକୋଭସ୍କି ଆଣ୍ଠେଇ ପଡ଼ିଥିଲେ। କିଛି ମିନିଟ ସେପରି ରହିବାପରେ ଚାଲିବା ଆରମ୍ଭ କରିଥିଲେ। ୨୨ ବର୍ଷୀୟ ଏହି ଓପନରଙ୍କ ନିକଟରେ ମେଡିକାଲ ଟିମ୍ ତତ୍କ୍ଷଣାତ ପହଞ୍ଚତ୍ ଚିକିତ୍ସା ଆରମ୍ଭ କରିଥିଲା। ୨୪ ଘଣ୍ଟା ପର୍ଯ୍ୟନ୍ତ ସେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବେ। ସେ ପ୍ରଥମ ଟେଷ୍ଟ ଖେଳିବାନେଇ ସନ୍ଦେହ ପ୍ରକାଶ ପାଇଥିଲେ ହେଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।