ମେସିଙ୍କ ପ୍ରଦର୍ଶନରେ ପିଏସ୍‌ଜି ବିଜୟୀ

ପ୍ୟାରିସ୍‌, ୧୦ା୪(ଏପି): ଫ୍ରେଞ୍ଚ୍‌ ଲିଗ୍‌ରେ ଲିଓନେଲେ ମେସିଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌(ପିଏସ୍‌ଜି)୨-୦ ଗୋଲ୍‌ରେ ନାଇସ୍‌ ଦଳକୁ ପରାସ୍ତ କରିଛି। ଫଳରେ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ପ୍ରଥମେ ଖେଳର ୨୬ତମ ମିନିଟ୍‌ରେ ଲେଫ୍ଟ ବ୍ୟାକ୍‌ ନୁନୋ ମେଣ୍ଡିସ୍‌ଙ୍କ କ୍ରସ୍‌କୁ ଗୋଲ୍‌ରେ ପରିଣତ କରିଥିଲେ ଆର୍ଜେଣ୍ଟିନାର ଏହି ବିଶ୍ୱକପ୍‌ ବିଜୟୀ ଷ୍ଟାର ଖେଳାଳି।

ପରେ ୭୬ତମ ମିନିଟ୍‌ରେ ବାମପାର୍ଶ୍ୱରୁ ମେସିଙ୍କ କର୍ନରକୁ ହେଡର ଜରିଆରେ ଗୋଲ୍‌ ସ୍କୋର କରିବାରେ ସଫଳ ହୋଇଥିଲେ ଭେଟେରାନ ଡିଫେଣ୍ଡର ସର୍ଗିଓ ରାମୋସ। ନାଇସ୍‌ ଏହି ଗେମ୍‌ ପୂର୍ବରୁ ଓଭରାଲ୍‌ କ୍ରମାଗତ ୧୪ଟି ମ୍ୟାଚ୍‌ରେ ଅପରାଜେୟ ରହିଥିଲା। ସୂଚନାଯୋଗ୍ୟ, ଗତ ସପ୍ତାହରେ ଘରୋଇ ପଡ଼ିଆରେ ଲିଅନ୍‌ଠାରୁ ପରାଜୟ ପରେ ପିଏସ୍‌ଜିର କିଛି ସମର୍ଥକ ମେସିଙ୍କୁ ସମାଲୋଚନା କରିଥିଲେ। ଏଥିଯୋଗୁ ସେ ଚଳିତ ଗ୍ରୀଷ୍ମଋତୁରେ ଦଳ ଛାଡ଼ିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

 

Share