୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ ପ୍ରଦେଶ ମହାସଭା ଅନୁଷ୍ଟିତ ହେବ। ୪ ଦିନଧରି ହେବାକୁ ଥିବା ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ଯୋଗଦେବେ। ତେଣୁ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଶନିବାର ବାରୁଡ଼ା ହନୁମାନ ମନ୍ଦିର ଠାରେ ଅଭ୍ୟର୍ଥନା ସମିତିର ଏକ ବୈଠକ ହୋଇଥିଲା। ଏଥିରେ ପ୍ରଦେଶ ସଂସ୍ଥାର ବିଶ୍ୱନାଥ ରାଉତ ଯୋଗଦେଇ ୪ ଦିନ ବ୍ୟାପୀ କଣ ସବୁ କାର୍ଯ୍ୟକ୍ରମ ହେବ ସେନେଇ କହିଥିଲେ। ଅଭ୍ୟର୍ଥନା ସମିତିର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ସମ୍ପାଦକ ଆହ୍ବାନ କରିଥିଲେ।
ସଂସ୍ଥାର ଆଇନ ପରାମର୍ଶଦାତା ଧବଳେଶର ମାଝୀ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅଭ୍ୟର୍ଥନା ସମିତିର ସଭାପତି ଶ୍ରୀନିବାସ ପ୍ରଧାନ, ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ, ଉପ ସଭାପତି ଅଜିତ୍‌ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଦିନବନ୍ଧୁ ପ୍ରଧାନ ସମେତ ଆଉ ୭ ଜଣ ସଭ୍ୟ ବସି ଆଲୋଚନାରେ ଭାଗ ନେଇଥିଲେ। ବାରୁଡ଼ା ଅଞ୍ଚଳ ସମ୍ପାଦକ ମୁକ୍ତେଶର ପ୍ରଧାନ, ଉପ ସଭାପତି ହରିବନ୍ଧୁ ପ୍ରଧାନ, ସହ ସମ୍ପାଦକ ଜୀବନ ଜ୍ୟୋତି ଦିହୁଡ଼ି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସୂଚନା ଯୋଗ୍ୟ ଯେ ପ୍ରତି ୫ ବର୍ଷକୁ ଥରେ ପ୍ରଦେଶ ମହାସଭାରେ ହୋଇଥାଏ। ଏଥିରେ ସଂସ୍ଥାର ବିଭିନ୍ନ ବିଷୟରେ ଆଲୋଚନା ହୋଇଥାଏ।

Dharitri – Odisha’s No.1 Odia Daily