ସ୍କୁଲ ନିଯୁକ୍ତିରେ ଦୁର୍ନୀତିକୁ ବିରୋଧ କରି ରାଜରାସ୍ତାରେ କାନ୍ଦି କାନ୍ଦି ଲଣ୍ଡା ହେଲେ ମହିଳା,ଭିଡିଓ ଭାଇରାଲ…

କୋଲକାତା,୯।୧୨ : ପଶ୍ଚିମବଙ୍ଗରେ ସ୍କୁଲ ନିଯୁକ୍ତିରେ ହୋଇଥିବା ବହୁ କୋଟି ଦୁର୍ନୀତିକୁ ବିରୋଧ କରି ଜଣେ ଯୋଗ୍ୟ ମହିଳା ପ୍ରାର୍ଥୀନୀ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଶନିବାର ଅପରାହ୍ନରେ ଜଣେ ମହିଳା ଏନେଇ କୋଲକାତା ସେଣ୍ଟ୍ରାଲ ରାଜରାସ୍ତାରେ ଲଣ୍ଡା ହୋଇଛନ୍ତି। ୧୦୦ ଦିନର ଗତିବିଧି ସମାପ୍ତ ହେବାପରେ ମହିଳା ଏହି କଠୋର ପଦକ୍ଷେପ ନେଇଛନ୍ତି। ଗତ ୧୦୦ ଦିନ ଧରି ମହିଳା ଜଣକ ହଜାର ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ଟଙ୍କା ବଦଳରେ ବିଦ୍ୟାଳୟରେ ଚାକିରୀ ଦିଆଯାଇଥିବାକୁ ବିରୋଧ କରିଥିଲେ। ଆଜି ଏହି ଆନ୍ଦୋଳନ ୧୦୦ଦିନ ସମାପ୍ତ ହୋଇଥିଲା। ଏହି ଅବସରରେ ବିରୋଧ ପ୍ରଦର୍ଶନ କରୁଥିବା ମହିଳା କୋଲକାତା ସେଣ୍ଟ୍ରାଲର ଏସପ୍ଲାନେଡ କ୍ରସିଂରେ ସର୍ବସାଧାରଣରେ କାନ୍ଦି କାନ୍ଦି ଲଣ୍ଡା ହୋଇଥିଲେ। ଏହାର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯେଉଁ ମହିଳା ଜଣକ ଲଣ୍ଡାହେଉଛନ୍ତି ତାଙ୍କ ନାମ ରାସମଣି ପାତ୍ର ବୋଲି ଜଣାପଡିଛି। ସେ ରାଜ୍ୟର ସମସ୍ତ ରାଜନୈତିକ ଦଙ୍କେୁ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ବନ ଦେଇଛନ୍ତି।

ସେ କହିଛନ୍ତି, ’ମୁଁ ସମସ୍ତଙ୍କୁ ନିବେଦନ କରୁଛି ରାଜନୈତିକ ସ୍ତରରୁ ବାହାରି ଆମର ସମସ୍ୟାର ସମାଧାନ କରନ୍ତୁ। ଆମକୁ ଆମର ଚାକିରୀ ପାଇବାରେ ସହାୟତା କରିବାକୁ ମୁଁ ଅନୁରୋଧ କରୁଛି। ବର୍ତ୍ତମାନ ମୁଁ ନିଜ କେଶକୁ ତ୍ୟାଗ କରି ଦେଇଛନ୍ତି କିନ୍ତୁ ଭବିଷ୍ୟତରେ ତାଙ୍କ ପରି ଅନେକ ଲୋକଙ୍କୁ ସେମାନଙ୍କ ଜୀବନ ବଳିଦାନ ଦେବାକୁ ପଡିବ। ବୋଧହୁଏ ଆମ ଜୀବନର ବଳିଦାନ ସରକାରଙ୍କ ଆଖି ଖୋଲିବାକୁ ସକ୍ଷମ ହେବ।

Share