ଉତ୍କଳକୁ ବିରୋଧ:କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, ୧।୪(ପ୍ରେମାନନ୍ଦ ଖମାରୀ): ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ଧୂମଧାମରେ ପାଳନ କରାଯାଉଛି। ତେବେ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ସଂଗଠନ ସମୂହ ଉତ୍କଳ ଦିବସ ଏବଂ ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରି ଆସୁଛନ୍ତି। ଏଥର ମଧ୍ୟ ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ କୋଶଲ ସଂଗ୍ରାମୀମାନେ ଡାକରା ଦେଇଥିଲେ। ତେବେ ସେମାନେ ବିରୋଧ କରିବା ପୂର୍ବରୁ ପୋଲିସ ବାହିନୀ ଜିଲାର ଅନେକ କୋଶଲ ସଂଗ୍ରାମୀମାନଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅତାବିରା ଥାନାରେ ଅଜିତ ପତି ଓ ଯତୀନ ନାୟକ, ବରଗଡ଼ ଟାଉନ ଥାନାରେ ସୁରେନ୍ଦ୍ର ପଣ୍ଡା, ବରଗଡ଼ ସଦର ଥାନାରେ ବିରବଲ ମହାକୁଡ, ସୋହେଲା ଥାନାରେ ସୁଶାନ୍ତ ମିଶ୍ର, ଗାଇସିଲେଟ ଥାନାରେ ଗ୍ରାମର ଗଜପତି ସାହୁଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Share
Tags: utkal divas