କୃଷି ବିଶ୍ୱବିଦ୍ୟାଳୟ ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବଲାଙ୍ଗୀର,୨୫।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବିଜୁ ଜନତା ଦଳ ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି ନେଇ ଗଣଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଭାଜପା ସରକାର ସମ୍ବଲପୁରଠାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେବା ଘଟଣାକୁ ବଲାଙ୍ଗୀରବାସୀ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି। ବଲାଙ୍ଗୀରରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଲେ ପଶ୍ଚିମାଅଞ୍ଚଳର ଛାତ୍ର ସମାଜ, ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣା ଓ ବୈଷୟିକ ଜ୍ଞାନ କୌଶଳ ଆହରଣ କରିବେ ଓ ଭବିଷ୍ୟତରେ ଏହାର ଉପଯୋଗ ଦାରା ଲକ୍ଷାଧିକ କୃଷିଜୀବୀ ଓ ଜନସାଧାରଣ ଉପକୃତ ହେବେ ବୋଲି ବିଜେଡ଼ିର ବକ୍ତାମାନେ କହିଛନ୍ତି। ବଲାଙ୍ଗୀରରେ ସରକାର ତୁରନ୍ତ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରନ୍ତୁ ନଚେତ୍‌ ଆଗକୁ ଆହୁରି ବଡ଼ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବଲାଙ୍ଗିର ପୌରଧ୍ୟକ୍ଷା ଲୀକା ସାହୁ, ଜିଲା ପରିଷଦ ସଭାପତି ଦେବକୀ ସାହୁ, ପୂର୍ବତନ ପୌରଧ୍ୟକା ଦମୟନ୍ତି ବାଗ, ପୂର୍ବତନ ଚେୟାରମେନ ଲକ୍ଷ୍ମଣ ମେହେର, ପୂର୍ବତନ ଚେୟାର ମେନ ଗୋଲାପ ବାଗ, ବିଜେଡ଼ି ନେତା ପ୍ରଭାସ ପାଣିଗ୍ରାହୀ, ଅସୀମ ପଟ୍ଟନାୟକ, ବିଦୁ ଭୂଷଣ ତ୍ରୀପାଠୀ, କାଉନସିଲର ଶମ୍ଭୁ ନାଗ, ରାଜେନ୍ଦ୍ର ହୋତା, କୈଳାଶ ମହାନ୍ତି, ଭଗବାନ ବଗର୍ତ୍ତୀ, ଆଡ଼ଭୋକେଟ ଅମରେଶ ତ୍ରୀପାଠୀ, ସୁଶୀଲ ଚାନ୍ଦ, ଆଡଭୋକେଟ ଜୟରାମ ମିଶ୍ର, ଛାତ୍ର ନେତା ସୁମନ ନନ୍ଦ ଓ ବିଜେଡ଼ିର ବହୁ ନେତା, ବିଜେଡ଼ିର ମହିଳା ନେତ୍ରୀ ଓ କର୍ମୀ ମାନେ ଆନ୍ଦୋଳନ ଯୋଗଦେଇଥିଲେ l