ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଂଗଠନ ତରଫରୁ ଏକ ଶୋଭାଯାତ୍ରା ଅନୁଗୋଳ ଆମ୍ବେଦକର ଭବନଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦୁଇ ଘଣ୍ଟା ବିକ୍ଷୋଭ କରାଯିବା ପରେ ଅନୁଗୋଳ ଜିଲାପାଳକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରାରେ ୧୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗଦେଇଥିଲେ ।

ସୂଚନାନୁସାରେ, ଅନୁଗୋଳ ଜିଲା କୁମୁଣ୍ଡ ଗାଁରେ ଅନୁସୂଚିତ ବର୍ଗର ଲୋକମାନଙ୍କର ଘରକୁ କିଛି ଦୁର୍ବୃତ୍ତମାନେ ପୋଡି ସେମାନଙ୍କର ଲକ୍ଷାଧିକ ଟଙ୍କାର ଧନସମ୍ପତି ନଷ୍ଟ କରିଦେଇଛନ୍ତି । ଯାହାଫଳରେ ଆଜି ମୁଣ୍ଡ ଗୁଞ୍ଜିବାକୁ ଭକ୍ତ ଅନୁସୂଚିତ ବର୍ଗ ପରିବାରମାନଙ୍କ ପାଖରେ ବାସଗୃହ ନଥିବାରୁ ସେମାନେ ଦାଣ୍ଡରେ ଭିକ ମାଗୁଛନ୍ତି। କିନ୍ତୁ ଦୁଃଖର କଥା ଥାନା ଅଧିକାରୀ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ବଦଳରେ ସେମାନଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି । ୧୨୪ ଘଣ୍ଟା ଭିତରେ ଘର ପୋଡିଥିବା ଗୁଣ୍ଡା ମାନଙ୍କୁ ଗିରଫ କରାଯାଉ । ଅପରପକ୍ଷେ ଝଞ୍ଜିର ବାହାଳ ଆମ୍ବେଦକର ନଗର ଗ୍ରାମରେ ତାଳପତ୍ର କୁଡ଼ିଆରେ ଦୟନୀୟ ଅବସ୍ଥା ରହୁଥିବା ୧୨ଟି ଅନୁସୂଚିତ ବର୍ଗର ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଲେଖାଏ ଘର ଯୋଗାଇ ଦେବା ସହିତ ସେମାନଙ୍କୁ ସରକାରୀ ଅନୁକମ୍ପା ପାଞ୍ଚଲକ୍ଷ ଲେଖାଏ ଯୋଗାଇ ଦିଆଯାଉ ବୋଲି ଦାବି କରାଯାଇଛି। କାରଣ ସେହି ସରକାରୀ ଅନୁକମ୍ପାରେ ସେମାନେ ବେପାର ବଣିଜ କରି ନିଜର ପରିବାର ପ୍ରତିପୋଷଣ କରିବେ । ତୃତୀୟତଃ- ତାଳଚେର ଥାନା ଅନ୍ତର୍ଗତ ଖୋଲୁଆ ଗ୍ରାମର ମାନସୀ ଗୋଛାୟତ ନାମକ ଅନୁସୂଚିତ ମହିଳାଙ୍କୁ ଅନୁଗୋଳ କ୍ରିଷ୍ଣା କ୍ଲିନିକର ମାଲିକ ପ୍ରକାଶ ପରିଜା ଓ ତାଙ୍କ ଷ୍ଟାପ ଜାତିଆଣ ଗାଳିଗୁଲଜ କରି ମାଡ ମାରିବା ଘଟଣାରେ ପୋଲିସ ମାମଲା ରୁଜୁ କରି ନିରବ ଦ୍ରଷ୍ଟା ନ ସାଜି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 

Dharitri – The Largest & Most Trusted Odia Daily