ଦିଗପହଣ୍ଡି,୨୧ା୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପୂର୍ଣ୍ଣ ଅନୁଦାନ ରାଶି ପ୍ରଦାନ ଦାବିରେ ଗୁରୁବାର ସାମୂହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି।
ସଂଘର ଶାଖା ସଭାପତି ଅଧ୍ୟାପକ ବିଶ୍ୱ ରଞ୍ଜନ ଦାସଙ୍କ ନେତୃତ୍ୱରେ କର୍ମଚାରୀମାନେ କଲେଜ ଫାଟକରେ ଧାରଣା ଦେଇଥିଲେ। କଲେଜ ପରିଚାଳନା କମିଟି ଦ୍ୱାରା ଗତ ୨୦୦୮ ରୁ ୨୦୧୮ ମଧ୍ୟରେ ବହୁ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଉପଯୁକ୍ତ ଅନୁଦାନ ରାଶି ମିଳୁନାହିଁ। ଯାହାର ପ୍ରତିବାଦରେ ସଂଘ ପକ୍ଷରୁ ୧ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷ ଡ. ଅସିତ ଷଡ଼ଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।