ବଡଚଣା ଥାନା ଅଧିକାରିଣୀଙ୍କ ବଦଳି ପ୍ରତିବାଦ: ଥାନା ଆଗରେ ବିକ୍ଷୋଭ

ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ବଡଚଣା ଥାନାଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ବଦଳିକୁ ନେଇ ବଢୁଛି ଜନ ଅସନ୍ତୋଷ। ଏହାର ପ୍ରତିବାଦରେ ଥାନା ଆଗରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାଧାରଣ ଜନତା ଓ ବଜରଙ୍ଗ ଦଳ କର୍ମୀ। ପ୍ରାୟ ଚାରିମାସ ହେବ ବଡଚଣା ଥାନାଅଧିକାରିଣୀ ଭାବେ ମଧୁସ୍ମିତା ବେହେରା ଯୋଗଦାନ କରିଥିଲେ। ଅନେକ ସମୟରେ ରାତି ଅଧରେ ଗୋରୁ ଗାଡ଼ି ଜବତ କରୁଥିବା ଦେଖିବାକୁ ମିଳୁଥିଲା। ସାଧାରଣ ଲୋକେ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ। ଗତକାଲି ଅଚାନକ ଯାଜପୁର ମୁଖ୍ୟାଳୟକୁ ତାଙ୍କର ବଦଳି ହୋଇଥିବା ଏକ ପତ୍ର ମାଧ୍ୟମରେ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ସାଧାରଣ ଜନତା ସହଜରେ ଗ୍ରହଣ କରି ପାରି ନାହାଁନ୍ତି। ଅନ୍ୟ ପଟେ ଏହି ଘଟଣା ପଛରେ ସ୍ଥାନୀୟ ବିଧାୟକ ଏବଂ ଜିଲା ଏସପିଙ୍କ ବଡ଼ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।