Categories: ମେଟ୍ରୋ

‘ପଠାନ୍‌’କୁ ବିରୋଧ, ଚିରିଲେ ପୋଷ୍ଟର

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବହୁ ବାଦବିବାଦ ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ‘ପଠାନ୍‌’ ବୁଧବାର ମୁକ୍ତିଲାଭ କରିଛି। ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗ ସେନା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। କେଶରୀ ହଲ୍‌ ସମ୍ମୁଖରେ ଲାଗିଥିବା ପୋଷ୍ଟରକୁ ଚିରିବା ସହ ବିଭିନ୍ନ ନାରାବାଜି ଦେଇଛନ୍ତି। ‘ଅଶ୍ଳୀଳ ଫିଲ୍ମ ଚଳିବ ନାହିଁ, ବନ୍ଦ କର ବନ୍ଦ କର’, ‘ଶାହାରୁଖ ଖାନ୍‌ ଡାଉନ୍‌ ଡାଉନ୍‌’ ନାରା ଦେଇ ପ୍ରେକ୍ଷାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ମହିଳାମାନଙ୍କୁ କିଭଳି କଦର୍ଯ୍ୟ ଭାବେ ବଲିଉଡ୍‌ର ବ୍ୟବହାର କରାଯାଉଛି ତାହା ଏହି ଫିଲ୍ମରୁ ଜଣାପଡ଼ୁଛି। ଏହା ଦୁଃଖର ବିଷୟ। ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ହିନ୍ଦୀ ସଂସ୍କୃତି ପାଇଁ ଏହା ଅପମାନ। ଏହା ଦ୍ୱାରା ଘରର ଝିଅ, ବୋହୂମାନେ କ’ଣ ଶିଖିବେ ବୋଲି କଲିଙ୍ଗ ସେନା ପକ୍ଷରୁ କୁହାଯାଇଛି।