ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ସ୍ବାମୀ କଲେ ଏମିତି, ଜାଣିଲେ କରିବେ ପ୍ରଶଂସା

ହିମାଚଳ ପ୍ରଦେଶର ହମିରପୁର ଜିଲାରେ ଜଣେ ଅବସରପ୍ରାପ୍ତ ଡାକ୍ତର ତାଙ୍କ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ନିଜର ଅଚଳାଚଳ ସମ୍ପତ୍ତିକୁ ସରକାରଙ୍କ ନାଁରେ କରି ଦେଇଛନ୍ତି। ଏହି ଡାକ୍ତରଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଥିପାଇଁ ୫ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ସେ ସରକାରଙ୍କୁ ଦାନ କରିଦେଇଛନ୍ତି। ଡାକ୍ତରଙ୍କ ଏପରି ମହାନତା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ନାଦୌନର ଜୋଲସପଡ଼ ଗାଁରେ ରହୁଥିବା ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କମ୍ବର ସ୍ବାସ୍ଥ୍ୟ ବିଭାଗରୁ ଏବଂ ସ୍ତ୍ରୀ କୃଷ୍ଣା କମ୍ବର ଶିକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିଲେ। ୧ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। ଦୁହିଁଙ୍କର କୌଣସି ସନ୍ତାନ ନ ଥିବାରୁ ତାଙ୍କର ଇଚ୍ଛା ଥିଲା ସମ୍ପତ୍ତି ଦାନ କରିଦେବେ। ତେଣୁ କୃଷାଙ୍କ ମୃତ୍ୟୁ ପରେ ରାଜେନ୍ଦ୍ର ତାଙ୍କର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିଦେଇଛନ୍ତି। ଖାଲି ଏତିକି ନୁହେଁ, ଅବସର ପରେ ସେ ପ୍ରତିଦିନ ଗାଁରେ ଶହ ଶହ ରୋଗୀଙ୍କର ମାଗଣାରେ ଚିକିତ୍ସା କରୁଛନ୍ତି।