Categories: ଅନୁଗୋଳ

ସମ୍ପତ୍ତି ବାଜ୍ୟାପ୍ତି ଲଟ୍‌କା ଲଗାଇଲା ପୋଲିସ

ଛେଣ୍ଡିପଦା,୭ ।୧ (ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଗଞ୍ଜେଇ ମାଫିଆ ଚିତ୍ତରଞ୍ଜନ ସାହୁ ଓରଫ ପିଣ୍ଟୁ ଏବଂ ତାଙ୍କ ପରିବାର ନାମରେ ଥିବା ମୋଟ୍‌ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଛେଣ୍ଡିପଦା ପୋଲିସ ବାଜ୍ୟାପ୍ତି କରିଥିବା ବେଳେ ଗୁରୁବାର ଏ ସମ୍ପର୍କିତ ଲଟ୍‌କା ପିଣ୍ଟୁଙ୍କ ଘରେ ଲଗାଯାଇଛି। କୋଲକାତାସ୍ଥିତ କମ୍ପିଣ୍ଟାଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୪ ତାରିଖରେ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିଲା। ସମ୍ପତ୍ତି ବାଜ୍ୟାପ୍ତିର ୨୨ ଫର୍ଦ୍ଦ ବିଶିଷ୍ଟ ତାଲିକାର ନକଲ ପିଣ୍ଟୁଙ୍କ ସ୍ତ୍ରୀଙ୍କୁ ସାକ୍ଷୀମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଏଥିସହିତ ତାଙ୍କ ମା ଓ ଅନ୍ୟମାନଙ୍କୁ ତାଲିକାର ନକଲ ଦିଆଯାଇଥିଲା। ପିଣ୍ଟୁ ଫେରାର ଥିବାରୁ ସାକ୍ଷୀମାନଙ୍କ ଉପସ୍ଥିରେ ପୋଲିସ ତାଙ୍କ ଘର କାନ୍ଥରେ ଲଟକା ଜାରି କରିଥିଲା।