Promise Day: ଭାଲେଣ୍ଟାଇନ୍ସ ଓ୍ବିକ୍‌ର କ’ଣ କହେ ଏହି ୫ମ ଦିନ ଜାଣନ୍ତୁ…

ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ ବା ସ୍ମରଣୀୟ କରିବେ ସେ ନେଇ ବେଶ୍‌ ଉତ୍ସାହିତ ରହିଥାନ୍ତି। ଖାସ୍‌ ଏଥିପାଇଁ ତ ପ୍ରଥମ ଦିନ ରୋଜ ଡେ’, ଦ୍ୱିତୀୟ ଦିନ ପ୍ରପୋଜ ଡେ’, ତୃତୀୟ ଦିନ ଚକୋଲେଟ ଡେ’, ଚତୁର୍ଥ ଦିନ ଟେଡି ଡେ’ ପାଳନ କରି ସ୍ମୃତିକୁ ତାଜା କରିସାରିଛନ୍ତି।

ଆଜି ୫ମ ଦିବସକୁ ପ୍ରମିଜ ଡେ’ ବା ଶପଥ ଦିବସ ଭାବେ ପାଳନ କରିଥାନ୍ତି ଦୁଇ ପ୍ରେମପକ୍ଷୀ। ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର ଶପଥ ନେଇଥାନ୍ତି। ଏହା ଦ୍ୱାରା ପ୍ରେମ ସମ୍ପର୍କ ଆହୁରି ମଜଭୁତ ହୁଏ।

ଭବିଷ୍ୟତରେ ହାତ ଧରି ଏକାଠି ବାଟ ଚାଲିବାର ଦୃଢ଼ ପ୍ରତିଶ୍ରୁତି ନେଇ ଆଗକୁ ବଢ଼ିବା ପାଇଁ ପ୍ରତିଜ୍ଞା କରନ୍ତି ପ୍ରେମୀଯୁଗଳ। କୌଣସି ପରିସ୍ଥିତିରେ କେହି କାହା ହାତ ନ ଛାଡ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥାନ୍ତି।

Share
Tags: promise day