ଭାରତୀୟ ବଂଶୋଦ୍ଭବ ପ୍ରଫେସର କଳାତାଲିକାଭୁକ୍ତ

ନ୍ୟୁୟର୍କ,୧୨।୧୨: ଆମେରିକାର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ପ୍ରଧ୍ୟାପନା କରୁଥିବା ଭାରତୀୟ ବଂଶୋଦ୍ଭବ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଟୁଇଟର କଳାତାଲିକାଭୁକ୍ତ କରିଛି। କୋଭିଡ୍‌ ଲକ୍‌ଡାଉନ୍‌ ପିଲାଙ୍କ କ୍ଷତି କରିବ ବୋଲି ଜୟ ଟୁଇଟ୍‌ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସାମ୍ବାଦିକା ବରି ଓ୍ବେଇସ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଟୁଇଟର ଫାଇଲ୍ସ’ର ଦ୍ୱିତୀୟ ପର୍ଯ୍ୟାୟ ଗୋପନୀୟ ତଥ୍ୟ ଜାରି କରିଛନ୍ତି।

ଲକ୍‌ଡାଉନ୍‌ ଜାରି କରିବା ପିଲାଙ୍କ ପାଇଁ କ୍ଷତିକାରକ ବୋଲି ଡ. ଜୟ ଭଟ୍ଟାଚାର୍ଯ୍ୟ ଟୁଇଟ୍‌ କରିଥିବାରୁ ଟୁଇଟର ତାଙ୍କୁ ଗୋପନୀୟ ଭାବେ ବ୍ଲାକ୍‌ଲିଷ୍ଟ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ବରି କହିଛନ୍ତି। ଇତିମଧ୍ୟରେ ୟୁଜର୍ସଙ୍କ ସୁରକ୍ଷାକୁ ନେଇ ଟୁଇଟର ଟ୍ରଷ୍ଟ ଆଣ୍ଡ୍‌ ସେଫ୍ଟି କାଉନ୍‌ସିଲ୍‌ର ୩ ସଦସ୍ୟ କମ୍ପାନୀ ଛାଡ଼ିଛନ୍ତି। ଟୁଇଟରରେ ବ୍ୟବହାରକାରୀଙ୍କ ତଥ୍ୟ ଗୋପନୀୟତା ରହୁନାହିଁ ବୋଲି ଏର୍ଲିଆନି ଅବ୍‌ଦୁଲ ରେହମାନ, ଆନ୍ନେ କୋଲିଏର ଏବଂ ଲେସ୍‌ଲି ପୋଡେଷ୍ଟା ନୂଆ ସିଇଓ ଏଲନ୍‌ ମସ୍କଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

Share