ଅନ୍ୟ ମହିଳାଙ୍କ ସହ ଦେଖିନେଲେ ବୋଲି ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ! ଗାଡ଼ି ଚଢ଼ାଇଦେଲେ ପ୍ରଯୋଜକ

ବମ୍ବେ: ଅନ୍ୟ ଯୁବତୀଙ୍କ ସହ ରୋମାଣ୍ଟିକ୍‌ ହେଉଥିବା ବେଳେ ଦେଖିନେଲେ ବୋଲି ସ୍ତ୍ରୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିଛନ୍ତି ବଲିଉଡ୍‌ର ଜଣେ ପ୍ରଯୋଜକ। ସେ ହେଲେ କମଲ କିଶୋର ମିଶ୍ରା। ଏନେଇ ତାଙ୍କ ନାମରେ ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଯାଇଛି। ତାଙ୍କର ସ୍ତ୍ରୀ ଏବେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ପ୍ରଯୋଜକଙ୍କ ବିରୋଧରେ ଆଇପିସି ଧାରା ୨୭୯ ଏବଂ ୩୩୮ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି।

କମଲଙ୍କ ସ୍ତ୍ରୀ ପୋଲିସକୁ ଦେଇଥିବା ବୟାନ ମୁତାବକ, ଅକ୍ଟୋବର ୧୯ରେ ସେ ସ୍ବାମୀଙ୍କ ଘରକୁ ଯାଇଥିଲେ। ସେଠାରେ ସେ କମଲଙ୍କୁ ତାଙ୍କ ଗାଡ଼ିରେ ଅନ୍ୟଜଣେ ଯୁବତୀଙ୍କ ସହ ଦେଖିଥିଲେ। ଉଭୟ ରୋମାଣ୍ଟିକ୍‌ ହେଉଥିବା ନଜର ଆସିଥିଲେ। ଏହାଦେଖି ସ୍ତ୍ରୀ କାର୍‌ର କାଚକୁ ଠକଠକ୍‌ କରି ତାଙ୍କୁ ଡାକିଥିଲେ। କିଛି କଥା ଅଛି ବୋଲି କହିଥିଲେ। ହେଲେ କମଲ କିଛି ଶୁଣିବା ପରିବର୍ତ୍ତେ ଗାଡି ବୁଲାଇ ଚାଲିଯିବାକୁ ଚେଷ୍ଟା କରିଥିଲେ। ସେ ଗାଡି ରୋକିବାକୁ ଚେଷ୍ଟା କରିଥିଲେ। ହେଲେ କମଲ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯିବା ସହ ସେ ଗୁରୁତର ହୋଇଛନ୍ତି।

କମଲ କିଶୋର ବଲିଉଡ୍‌ର ଜଣାଶୁଣା ପ୍ରଯୋଜକଙ୍କ ମଧ୍ୟରୁ ଜଣେ। ସେ ଭୁତିୟାପା, ଫ୍ଲାଟ୍‌ ନଂ ୪୨୦, ଶର୍ମା ଜୀ କି ଲଗ୍‌ ଗୟି, ଦେହାତି ଡିସ୍କୋ, ଖଲି ବଲି ଭଳି ଫିଲ୍ମରେ ପ୍ରଯୋଜକ ହୋଇଛନ୍ତି। ଏବେ ତାଙ୍କ ବିରୋଧରେ ସ୍ତ୍ରୀ ଲଗାଇଥିବା ଅଭିଯୋଗ କି ମୋଡ ନେଉଛି ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି।