Categories: Home Leftଖେଳ

ପ୍ରୋ-ଲିଗ୍‌: ବେଲଜିୟମଠାରୁ ହାରିଲା ଭାରତ

ଲଣ୍ଡନ, ୨୭ା୫ (ପି.ଟି.): ଏଫ୍‌ଆଇଏ୍‌ ପ୍ରୋ-ଲିଗ୍‌ ହକିର ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବେଲଜିୟମ ୨-୧ ଗୋଲ୍‌ରେ ଭାରତକୁ ହରାଇ ଦେଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚର ସମସ୍ତ ଗୋଲ୍‌ ପେନାଲ୍‌ଟି କର୍ନର ଜରିଆରେ ସ୍କୋର ହୋଇଥିଲା। ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଦଳ ବେଲଜିୟମ ଖେଳର ୧୮ତମ ମିନିଟ୍‌ରେ ଥିବ୍ୟୁ ଷ୍ଟକ୍‌ ବ୍ରୋଏକ୍ସଙ୍କ ଗୋଲ ବଳରେ ପ୍ରଥମେ ଅଗ୍ରଣୀ ଲାଭ କରିଥିଲା। ୨୫ତମ ମିନିଟ୍‌ରେ ମନଦୀପ ସିଂଙ୍କ ଗୋଲ ଜରିଆରେ ଭାରତ ମ୍ୟାଚକୁ ୧-୧ରେ ବରାବଲ ସ୍ଥିତିକୁ ନେଇ ଆସିଥିଲା। କିନ୍ତୁ ମ୍ୟାଚର ଶେଷ ଭାଗରେ ବେଲଜିୟମ ଦଳକୁ କେତୋଟି ପେନାଲ୍ଟି କର୍ନର ସୁଯୋଗ ମିଳିବାରୁ ଭାରତର ରକ୍ଷଣଭାଗ ଖେଳାଳିମାନେ ଚାପରେ ରହିଥିଲେ। ଏହାର ସୁଯୋଗରେ ନେଲସନ ଓନାନା ୬୦ତମ ମିନିଟରେ ଏକ ପେନାଲଟି କର୍ନରକୁ ଗୋଲରେ ପରିଣତ କରି ବେଲଜିୟମକୁ ବିଜୟୀ କରାଇଥିଲେ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଶନିବାର ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଖେଳିବ।