ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ଓ ଶନିବାର ଦୁଇଦିନ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବୟସର ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ପିଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ଶେଖର ରାଜ୍ୟସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେ ଏଥିପାଇଁ ତାଙ୍କ ମାତା ସ୍ମିତାରାଣୀ ପଣ୍ଡା, ପିତା ବିଭୂତି ଭୂଷଣ ନାୟକ, ପ୍ରଧାନଶିକ୍ଷକ ମଦନମୋହନ ରଥ, କ୍ରୀଡ଼ା ଶିକ୍ଷୟିତ୍ରୀ ସପନେଶ୍ବରୀ ଦିଗାଲ, ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଓ ତାଙ୍କ ନିଜ ପ୍ରଶିକ୍ଷକଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁ ଏହି ସଫଳତା
ମିଳିପାରିଛି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାରେ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହପାଠୀ ଓ ଅନ୍ୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।