ଦୌଡକୁଦ ପ୍ରତିଯୋଗିତାରେ ପ୍ରୀୟଙ୍କାଙ୍କୁ ସଫଳତା: ରାଜ୍ୟସ୍ତରକୁ ମନୋନୀତ

ଲୋଇସିଂହା,୧୮।୧୦ (ସୁଶାନ୍ତ ବାରିକ)- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ବେଲଗାଁ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଗତ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତୀଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗଲପୁର ବ୍ଲକ ବକଟି ଉଷାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ଦାରି ୧୪ ବର୍ଷ ରୁ କମ ବାଳିକା ବର୍ଗ ଲମ୍ବଡିଆଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ବିଦ୍ୟାଳୟର ପି.ଇ.ଆଇ. ତଥା କୋଚ ଋଷଭ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭ୍ୟାସ କରି ନିଜ ବିଦ୍ୟାଳୟ ତଥା ବ୍ଲକ ପାଇଁ ଗୌରବ ଆଣି ଦେଇଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିନ୍ମୟ ପୁରୋହିତ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶନିବାର ବିଦ୍ୟାଳୟରେ ଶୁଭେଚ୍ଛା ଜଣାଇଛନ୍ତି। ବାଲେଶ୍ବର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରିୟଙ୍କା ଯୋଗ ଦେଇ ଉତ୍ତମ ପ୍ରଦର୍ଶନ କରିବେ ବୋଲି ବିଦ୍ୟାଳୟ ଶିକ୍ଷକ ଓ କୋଚ ପଧାନ ଆଶାବ୍ୟକ୍ତ କରିଛନ୍ତି।

ପ୍ରକାଶ ଥାଉ କି, ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମିଲନ ପାଣ୍ଡେ ୧୪ ବର୍ଷରୁ କମ ବାଳକ ବର୍ଗ ଲମ୍ବଡିଆଁରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପ୍ରିୟଙ୍କା ଦ୍ବାରି ଲମ୍ବଡିଆଁରେ ସ୍ବର୍ଣ୍ଣ ପଦକ ଏବଂ ୧୦୦ମି ଦୌଡ଼ ପ୍ରତିଯୋଗିତାରେ ରୋପ୍ୟ ପଦକ ହାସଲ କରିବାର କୃତିତ୍ୱ ହାସଲ କରିଛନ୍ତି । କ୍ରୀଡ଼ା ପ୍ରତିଯୋଗୀତାରେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସଫଳତା ଅଭିଭାବକ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି।

 

Dharitri – Odisha’s No.1 Odia Daily