ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କ ହୃଦୟ ଜିତିଥିଲା। ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଓସ୍କାର ଭଳି ଏକ ବିଶ୍ୱସ୍ତରୀୟ ସମାରୋହରେ ପୁରସ୍କାର ପ୍ରଦାନ କରିବାର ଗୌରବ ପାଇଥିଲେ। ଅଭିନେତା ଜାଭିୟର ବାର୍ଡେମଙ୍କ ସହିତ ମିଶି ପିସି ‘ସେଣ୍ଟିମେଣ୍ଟାଲ ଭାଲ୍ୟୁ’ ପାଇଁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ପାଇଁ ପୁରସ୍କାର ପ୍ରଦାନ କରିଥିଲେ।

ଓସ୍କାର ପାଇଁ, ଅଭିନେତ୍ରୀ ଡାୟୋର ଦ୍ୱାରା ଡିଜାଇନ କରାଯାଇଥିବା ଏକ ଚମତ୍କାର ହ୍ବାଇଟ୍‌ ଅଫ-ଶୋଲ୍ଡର୍‌ ଗାଉନ ପିନ୍ଧି ଦେଖାଯାଇଥିଲେ। ଗାଉନଟିକୁ ଆଧୁନିକ ସମ୍ବେଦନଶୀଳତା ସହିତ କ୍ଲାସିକ ହଲିଉଡ ଗ୍ଲାମରକୁ ମିଶ୍ରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ପ୍ରିୟଙ୍କାଙ୍କ ସାମଗ୍ରିକ ଲୁକ ଚମତ୍କାର ଥିଲା। ପିସିଙ୍କ ସ୍ବାମୀ ନିକ ଜୋନାସ ଏକ କଳା ଏବଂ ଧଳା ସୁଟ୍‌ରେ ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ।
୯୮ତମ ଓସ୍କାର ପୁରସ୍କାର ସମାରୋହ ହଲିଉଡ୍‌ର ଲସ ଆଞ୍ଜେଲସର ଡଲ୍ବି ଥିଏଟରରେ ଅନୁଷ୍ଠିତ ହୋଇଥିଲା।

 

Dharitri – Odisha’s No.1 Odia Daily

 

Share