ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁମ୍ବାଇରେ ଅଛନ୍ତି। ନିକଟରେ ଦେଶୀ ଗର୍ଲଙ୍କୁ କାଲିନା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ଗ୍ରେ ରଙ୍ଗର ସ୍ବେଟପ୍ୟାଣ୍ଟ ସହ ଟପ ପିନ୍ଧି କାଜୁଆଲ ଲୁକରେ ନଜର ଆସିଥିଲେ। ଏହାର ଏକ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପ୍ରିୟଙ୍କାଙ୍କୁ କାଲିନା ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି। ତାଙ୍କ ଗାଡ଼ି ସିଗନାଲରେ ଅଟକି ଯାଇଥିଲା। ସିଗନାଲରେ ଠିଆ ହୋଇଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରିୟଙ୍କାଙ୍କ ଗାଡ଼ି ପାଖକୁ ଯାଇ ମାଗିଥିଲେ। ଏହି ସମୟରେ ପ୍ରିୟଙ୍କା ଗାଡ଼ି ଭିତରୁ ଅସହାୟ ଲୋକଟିକୁ କିଛି ଟଙ୍କା ଦାନ କରିଥିଲେ। ତାଙ୍କର ଏହି ଶୈଳୀ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛି।
ପ୍ରିୟଙ୍କା ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ପାଇଁ ଭାରତରେ ଅଛନ୍ତି। ସେ ଏବେ ହାଇଦ୍ରାବାଦରେ ଏହି ଫିଲ୍ମର ଶୁଟିଂ କରୁଛନ୍ତି। ପ୍ରିୟଙ୍କା ସାଉଥ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ SSMB29 ସହିତ ଭାରତୀୟ ସିନେମାରେ ପୁନରାଗମନ କରୁଛନ୍ତି। ଏଥିରେ ତାଙ୍କ ସହିତ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ମୁଖ୍ୟ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବେ। ବହୁ ଦିନ ପରେ ପ୍ରିୟଙ୍କାଙ୍କୁ ଏକ ଭାରତୀୟ ଫିଲ୍ମରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।