The Minister of State for Commerce & Industry (Independent Charge), Smt. Nirmala Sitharaman addressing a press conference, in New Delhi on October 14, 2016.
ନୂଆଦିଲ୍ଲୀ,୨୨।୨: ଦେଶର ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ। ସରକାର ଫାସିଲିଟେଟର ବା ସୁବିଧା ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଦିଗରେ ଘରୋଇ କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି କ୍ଷେତ୍ର ଉତ୍ସାହିତ ନ ହେଲେ ଭାରତ ଏକ ବଡ ସୁଯୋଗ ହାତଛଡା କରିବ ବୋଲି ଅର୍ଥମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ଘରୋଇ କ୍ଷେତ୍ରର ଅଂଶ ଗ୍ରହଣ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହି କ୍ଷେତ୍ର ଠିକ୍ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଉକ୍ତ କ୍ଷେତ୍ର ଉତ୍ସାହିତ ମଧ୍ୟ ରହିବାର ଗୁରୁତ୍ୱକୁ ବୁଝିବାକୁ ହେବ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ସରକାର ଫାସିଲିଟେଟର ଭାବେ କାର୍ଯ୍ୟ କରୁଛନ୍ତି। ଏହା ନ ହେଲେ ଭାରତ ବଡ ସୁଯୋଗ ହରାଇବ ବୋଲି ବାଙ୍ଗାଲୋର ଚାମ୍ବର ଅଫ କମର୍ସର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ସୀତାରାମନ ମତବ୍ୟକ୍ତ କରିଛନ୍ତି। ଦେଶର ଆଶା ଆକାଂକ୍ଷା ଏବଂ ଚାହିଦାକୁ ପୂରଣ କରିବା ଦିଗରେ କେବଳ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ସକ୍ଷମ ହେବେ ନାହିଁ। କରୋନା ଭ୍ୟାକ୍ସିନ ସରକାରୀ ଏବଂ ବେସରକାରୀ ସହଭାଗିତାର ଏକ ଭଲ ଉଦାହରଣ ବୋଲି ସେ କହିଛନ୍ତି।