ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନାମକ ଘରୋଇ ଶିକ୍ଷାନୁଷ୍ଠାନ ତାର ବାଡ ଦେଇ ଜବରଦଖଲ କରିଛି। ଯାହାକୁ ନେଇ ସୋମବାର ଶତାଧିକ ମହିଳା ପୁରୁଷ ପାଟଣାଥାନା ଅଧିକାରୀ ମାନସ କୁମାର ମହାକୁଳ ଓ ପାଟଣା ତହସିଲରେ ତହସିଲ ଦାର ଅଶ୍ୱିନୀ କୁମାର ନାଏକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଇଛନ୍ତି। ସରକାରୀ ଜମିରୁ ସ୍କୁଲ ମାଲିକଙ୍କୁ ଉଚ୍ଛେଦ ନ କଲେ ପରିମାଣ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଭାଲୁ ଘର ମୌଜାରେ କିଛି ବର୍ଷ ତଳେ ଶତ୍ରୁ ଘନ ସେଠୀ ନାମକ ବ୍ୟକ୍ତି ଘରୋଇ ମାଲିକାନାରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନାମକ ସ୍କୁଲ ଖୋଲିଛନ୍ତି। କିଛି ଦିନ ତଳେ ଭାଲୁଘର୍‌ ଗାଁ ହୁଡ଼ି ସହ ସର୍ବସାଧାରଣସ୍ଥଳୀକୁ ନିଜ କବ୍‌ଜକୁ ନେବାରୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ଶତ୍ରୁଘନଙ୍କୁ ସରକାରୀ ସର୍ବସାଧାରଣ ଜମିକୁ ଉଚ୍ଛେଦ ନକଲେ ଉତ୍ତ୍ୟକ୍ତ ମହିଳା ପୁରୁଷମାନେ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Dharitri – The Largest & Most Trusted Odia Daily