Categories: Home Leftଖେଳ

ଆଇପିଏଲ ପୂର୍ବରୁ ଫୁଲ ଫର୍ମରେ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୯।୩ : ଆଇପିଏଲ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓପନର ତଥା ଅଧିନାୟକ ପୃଥ୍ବୀ ଶ’। ସୌରାଷ୍ଟ୍ର ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ୧୮୫ ରନ୍‌ର ବଡ଼ ଇନିଂସ ଖେଳିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ ତୃତୀୟ ଶତକ। ଏହି ବିଜୟ ସହ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ।

ସମର୍ଥ ଭ୍ୟାସଙ୍କ ଅପରାଜିତ ୯୦ ରନ୍‌ର ଇନିଂସ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ସୌରାଷ୍ଟ୍ର ୫ ଉଇକେଟ କ୍ଷତିରେ ୨୮୪ ରନ୍‌ କରିଥିଲା। ଜବାବରେ ପୃଥ୍ବୀଙ୍କ ବସ୍ଫୋରକ ବ୍ୟାଟିଂ ଆଗରେ ସବୁ ବୋଲର ଫିକା ପଡ଼ିଥିଲେ। ତାଙ୍କ ୧୮୫ ରନ୍‌ର ଇନିଂସ ଯୋଗୁ ମ୍ୟାଚ୍‌କୁ ୪୧.୫ ଓଭରରେ ହିଁ ମ୍ୟାଚ୍‌ ଜିତି ନେଇଥିଲା ମୁମ୍ବାଇ। ୧୨୩ ବଲ ଖେଳିଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ପାଳିରେ ସାମିଲ ଥିଲା ୨୧ ଚୌକା ଓ ୭ ଛକା। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ ୩ୟ ଶତକ। ଏଥିପୂର୍ବରୁ ସେ ଦିଲ୍ଲୀ ବିପକ୍ଷରେ ୧୦୫ ଓ ପୁଡୁଚେରୀ ବିପକ୍ଷରେ ୨୨୭ ରନ୍‌ର ଇନିଂସ ଖେଳିଥିଲେ।