କିଏ ସେ ଆକୃତି? ଯାହାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପୃଥ୍ବୀ ଶ’! ଗଣେଶ ପୂଜାରେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ଟିମ୍‌ର ଓପନର୍‌ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ’ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଗଣେଶ ପୂଜା ଅବସରରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କଥିତ ପ୍ରେମିକା ଆକୃତି ଅଗ୍ରଓ୍ବାଲଙ୍କ ସହ ଫଟୋ ଶେୟାର କରି ଚମକାଇଦେଇଛନ୍ତି। ସେ ଏବେ ଭାରତୀୟ ଦଳକୁ ଫେରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଘରୋଇ କ୍ରିକେଟରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି।
ପ୍ରଥମେ ପୃଥ୍ବୀ ମୁମ୍ବାଇ ପାଇଁ ଖେଳୁଥିଲେ, ହେଲେ ଏବେ ସେ ଏହି ଟିମ୍‌ରୁ ଅଲଗା ହୋଇସାରିଛନ୍ତି। ଘରୋଇ ସ୍ତରରେ ଏବେ ସେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ନଜର ଆସୁଛନ୍ତି। ଏବେ ସେ ଆକୃତିଙ୍କ ସହ ଯେଉଁଭଳି ନିଜର ଫଟୋ ଶେୟାର କରିଛନ୍ତି ଏହାପରେ ଚର୍ଚ୍ଚା ବଢ଼ିଛି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ହେଲେ ଦୁହେଁ ଆଧିକାରୀକ ଭାବେ ବୟାନ ଜାରି କରିନାହାନ୍ତି।
ଆକୃତି କିଏ?
ଆକୃତି ଜଣେ ଅଭିନେତ୍ରୀ। ସେ ବଡ଼ ପରଦାରେ ଫିଲ୍ମ ‘ତ୍ରିମୁଖା’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୂର୍ବରୁ ପୃଥ୍ବୀ ତାଙ୍କ ଜନ୍ମଦିନରେ ଫଟୋ ଶେୟାର କରିଥିଲେ। ସେବେଠାରୁ ଉଭୟଙ୍କ ଡେଟିଂକୁ ନେଇ ଚର୍ଚ୍ଚା ବଢ଼ିଥିଲା। ଏହାପୂର୍ବରୁ କ୍ରିକେଟର ନିଧୀ ତାପଡ଼ିଆଙ୍କୁ ଡେଟ୍‌ କରୁଥିଲେ, ହେଲେ ଏବେ ବୋଧହୁଏ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଛି।
ଆକୃତିଙ୍କ ବିଷୟରେ କହିଲେ ସେ ଲକ୍ଷ୍ନୌରେ ଜନ୍ମିତ। ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୩.୫ ମିଲିୟନ ଫଲୋଅର୍ସ। ୟୁଟ୍ୟୁବରେ ତାଙ୍କ ସବସ୍କ୍ରାଇବର କାହିଁରେ କେତେ। ଏବେ ତାଙ୍କୁ ୨୨ ବର୍ଷ। ସେ ଅଭିନୟ କ୍ଷେତ୍ରରେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି।