ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି, କହିଲେ ଯାହାଙ୍କ ପରିଶ୍ରମ ପାଇଁ ଆମ ସମସ୍ତଙ୍କର…

ନୂଆଦିଲ୍ଲୀ,୨୮ା୮: କୃଷିଭିତ୍ତିକ ତଥା ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଗଭୀର କୃତଜ୍ଞତାର ସ୍ମରଣ କରାଏ। ଯାହାଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କର ଭରଣପୋଷଣ କରେ। ପ୍ରତିଟି ଘରେ ଉତ୍ତମ ସ୍ବାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ବିରାଜମାନ କରୁ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡ଼ିଶାବାସୀଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି।

Share